୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

ଢେଙ୍କାନାଳ ଅଫିସ, ୧୯।୧: ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲକ୍ଷ୍ମଣ ମାଙ୍କଡ଼ା ପଥର ଚାଲାଣ ପାଇଁ ଟ୍ରାଞ୍ଜିଟ୍‌ ପାସ୍‌ କରାଇଦେବାକୁ ପଥର ବ୍ୟବସାୟୀ ଦିଲୀପ ସେନାପତିଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ତାଙ୍କ ଭଡ଼ା ଘରେ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଧରାପଡ଼ିଛନ୍ତି। କଟକ ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡ଼ା ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ର ନାଥ ରାୟଗୁରୁଙ୍କ ନେତୃତ୍ୱରେ ଏନ୍ସପେକ୍ଟର ଅନିରୁଦ୍ଧ ନାୟକ, ଅନୁପମା ସାହୁ, ଭାଗ୍ୟଲତା ପ୍ରଧାନ ପ୍ରମୁଖ ବଡ଼ମ୍ବା ସ୍ଥିତ ତାଙ୍କ ପୈତୃକ ଗ୍ରାମରେ ଥିବା ଘର, ଢ଼େଙ୍କାନାଳ ସହର ଦୋଳମଣ୍ଡପ ସାହିଠାରେ ଥିବା ଭଡ଼ା ଘର ଓ ସଦର ତହସିଲ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛନ୍ତି।

Share