ଗୋଦାମ ତାଲା ଭାଙ୍ଗି ହିତାଧିକାରୀଙ୍କୁ ଚାଉଳ ଦେଲା ପ୍ରଶାସନ

ଦଶମନ୍ତପୁର, ୫।୬ ( ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତରେ ୫ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ପକ୍ଷରୁ ଗୋଦାମ ଗୃହରେ ପକାଯାଇଥିବା ତାଲାକୁ ଶନିବାର ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ଏହି ଏସ୍‌ଏଚ୍‌ଜି ମହିଳାମାନେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରିବେ ବୋଲି ଜିଦ୍‌ ଧରି ଗୋଦାମ ଗୃହରେ ତାଲା ପକାଇଥିଲେ। ଫଳରେ ପିଡିଏସ୍‌ ସାମଗ୍ରୀ ନେବାକୁ ଆସି ବହୁ ହିତାଧିକାରୀ ନିରାଶରେ ଫେରୁଥିଲେ।
ଖବରରୁ ଜଣାପଡ଼ିଛି, ଲୁଲ୍ଲା ପଞ୍ଚାୟତରେ ୧୮୩୫ ଜଣ ହିତାଧିକାରୀ ରହିଛନ୍ତି। ପଞ୍ଚାୟତ ପକ୍ଷରୁ ହିତାଧିକାରୀଙ୍କୁ ପିଡିଏସ୍‌ ଚାଉଳ ବଣ୍ଟନ ହୋଇ ଆସୁଥିଲା। ତେବେ ଅନେକ ସମୟରେ ହିତାଧିକାରୀ ଚାଉଳ ପାଇବାରେ ହଇରାଣ ହେଉଥିଲେ। କାହାକୁ ଓଜନରେ ଠକାଯାଉଥିଲା ତ କାହାକୁ ତୁମ ଆଧାର କାର୍ଡ ଲିଙ୍କ୍‌ ନାହିଁ ଅଥବା ତୁମର ତାଲିକାରେ ନାଁ ନାହିଁ କହି ଫେରାଇ ଦିଆଯାଉଥିଲା। ଫଳରେ ଦୂରଦୂରାନ୍ତରୁ ଆସୁଥିବା ହିତାଧିକାରୀମାନେ ନାହିଁ ନ ଥିବା ହଇରାଣ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଲୁଲ୍ଲା ପଞ୍ଚାୟତର ଦାଦିବୁଡ଼ା ଏସ୍‌ଏଚ୍‌ଜି, କ୍ରିଷ୍ଣା କାବେରୀ ଏସ୍‌ଏଚ୍‌ଜି, ମାଁ ନିଶାଣୀ ମୁଣ୍ଡା ଏସ୍‌ଏଚ୍‌ଜି, ବୃନ୍ଦାବତୀ ଏସ୍‌ଏଚ୍‌ଜି ଏବଂ ମା ଦୁର୍ଗା ଏସ୍‌ଏଚ୍‌ଜିର ମହିଳାମାନେ ୨୫ା୫ା୨୨ରେ ସବୁ ହିତାଧିକାରୀଙ୍କୁ ପିଡିଏସ୍‌ ଚାଉଳ ଯୋଗାଇବେ ବୋଲି ବ୍ଲକ ପ୍ରଶାସନକୁ ଅବଗତ କରି ଏଥିପାଇଁ ସେମାନଙ୍କୁ ଦାୟିତ୍ୱ ଦେବାକୁ ନିବେଦନ କରିଥିଲେ। ଏନେଇ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ସେମାନେ ୨୬ା୫ା୨୨ରେ ଗୋଦାମଗୃହରେ ତାଲା ପକାଇ ଦେଇଥିଲେ। ତାଲା ଖୋଲିବା ଲାଗି ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଏସ୍‌ଏଚ୍‌ଜି ମହିଳାଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ହିତାଧିକାରୀମାନେ ଚାଉଳ ପାଇବାରୁ ବଞ୍ଚତ୍ତ ହେଉଥିଲେ। ଏହାକୁ ଗୁରୁତର ସହ ନେଇ ପ୍ରଶାସନ ପକ୍ଷରୁ ଶନିବାର ମାଜିଷ୍ଟ୍ରେଟ ତଥା ତହସିଲଦାର ଅଜୟ ପ୍ରକାଶ ତିର୍କୀ, ଥାନା ଅଧିକାରୀ ବିଜୟରାଜ ମାଝି, ସେକେଣ୍ଡ ଅଫିସର ନିର୍ମଳା ଲିମା, ବ୍ଲକ ଯୋଗାଣ ନିରୀକ୍ଷଣ ଅଧିକାରୀ ପ୍ରଭାତ ରଞ୍ଜନ ଶତପଥୀ, ଲୁଲ୍ଲା ପିଇଓ କେତନ ହାଲବା, ଲୁଲା ସରପଞ୍ଚଙ୍କ ଉପସ୍ଥିତିରେ ଗୋଦାମ ଗୃହରୁ ତାଲା ଭଙ୍ଗାଯାଇଥିଲା। ଏହି ସମୟରେ ସେଠାରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ୩ ଘଣ୍ଟା ଧରି ଏସ୍‌ଏଚ୍‌ଜି ମହିଳାମାନଙ୍କୁ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନେ ବୁଝାଇବା ପରେ ସେମାନେ ନ ବୁଝି ନିଜ ଜିଦ୍‌ରେ ଅଟଳ ରହିବାରୁ ଶେଷରେ ତାଲା ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଥିଲା। ତାଲା ଭଙ୍ଗାଯିବା ପରେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡାରେ ହାଣି ଦେଇଗଲେ…

ଜୟପୁର,୩୧ା୩(ପବନ ପାଣିଗ୍ରାହୀ):କୋରାପୁଟ ଜିଲା ଜୟପୁର ସଦର ଥାନା ଅଞ୍ଚଳରେ ଜଣଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ଫାମ୍ପୁଣିର ପଦ୍ମନ ହରିଜନ। ମିଳିଥିବା ସୂଚନା...

୨ ସୁଟକେଶରୁ ମିଳିଲା ୩୦ କେଜି ଗଞ୍ଜେଇ ଜବତ: ୩ ଗିରଫ

କୋରାପୁଟ,୩୧।୩(ଅମିତାଭ ବେହେରା): କୋରାପୁଟ ରେଳବାଇ ଷ୍ଟେଶନରେ ସୋମବାର ସକାଳେ ଜିଆରପି ଏବଂ ଆରପିଏଫ ପକ୍ଷରୁ ଦୁଇଟି ଟ୍ରେନରେ ତଲାସୀ ପରେ ସୁଟକେସରେ ଗଞ୍ଜେଇ ଥିବା ଦେଖିବାକୁ...

ସରିଲା ଓକିଲ ସଂଘ ନିର୍ବାଚନ: ଆସିଲା ଫଳାଫଳ, ଜାଣନ୍ତୁ କିଏ ସଭାପତି, କିଏ ସମ୍ପାଦକ

କୋରାପୁଟ/ସେମିଳିଗୁଡା/ସୁନାବେଡା/କୋଟପାଡ଼,୨୯ା୩(ଅମିତାଭ ବେହେରା/ ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ/କେ.ରାଜଶେଖର ରାଓ): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭାତ କୁମାର ମହାପାତ୍ର ସଭାପତି ନିର୍ବାଚିତ...

କୋରାପୁଟ ଓକିଲ ସଂଘ ନିର୍ବାଚନ: ସଭାପତି ପଦବୀ ଲାଗି ଚାଲିଛି ମତଦାନ

କୋରାପୁଟ,୨୯।୩(ଅମିତାଭ ବେହେରା): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ସକାଳ ୮ ଟାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ...

କୋଟିଆରେ ଆନ୍ଧ୍ର କରୁଛି E-KYC, ଓଡ଼ିଶା ବ୍ଲକ ପ୍ରଶାସନ ନିକଟରେ ନାହିଁ ଖବର

ପଟ୍ଟାଙ୍ଗି,୨୯ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମବାସୀଙ୍କ ନିକଟରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ସରକାରୀ କର୍ମଚାରୀ...

ଡିଜିପି ପୋଲିସ ଡିସ୍କ ସମ୍ମାନ ପାଇବେ ମନୋବ୍ରତା

କୋରାପୁଟ,୨୮।୩(ଅମିତାଭ ବେହେରା): ପୋଲିସ ଚାକିରୀରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ଆସନ୍ତା ଏପ୍ରିଲ ପହିଲାରେ ହେବାକୁ ଥିବା ୯୦ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସରେ...

ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡି ସୁପରଭାଇଜର

କୋରାପୁଟ,୨୭।୩( ଅମିତାଭ ବେହେରା): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଅଙ୍ଗନଓ୍ବାଡି କେନ୍ଦ୍ରରେ ନୂତନ କରି ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କଠାରୁ ୫୦ ହଜାର ଟଙ୍କା...

ଗଞ୍ଜେଇ ଚାଲାଣ ବେଳେ ପୋଲିସକୁ ଗୁଳି, ୮ ଗିରଫ

ଜୟପୁର,୨୬।୩(ପବନ ପାଣିଗ୍ରାହୀ): ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ କଞ୍ଜେଇ ମାଳିଗୁଡା ରାସ୍ତାରେ ମଙ୍ଗଳବାର ଚଢ଼ାଉକରି ୮ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image