ଦାରିଙ୍ଗବାଡ଼ି,୨୭ା୯(ଡି.ଏନ୍.ଏ.): କନ୍ଧମାଳ ଏବଂ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିରାସ୍ତାକୁ ଜିଲା ପ୍ରଶାସନ ପକ୍ଷରୁ ରବିବାର ସିଲ୍ କରାଯାଇଥିଲା ଯାହା ସୋମବାର ସକାଳୁ ସିଲ୍ ହଟାଯାଇଥିବା ଦାରିଙ୍ଗବାଡି ଆଇଆଇସି କୌଶିକ ମାଝି କହିଛନ୍ତି । ବାତ୍ୟା ଗୁଲାବ ଯୋଗୁ ଗାଜଲବାଡ଼ି ଘାଟିରାସ୍ତାରେ ଭୁସ୍ଖଳନ ହେବା ଆଶଙ୍କାରେ କନ୍ଧମାଳ ଏବଂ ଗଞ୍ଜାମ ପ୍ରଶାସନ ପକ୍ଷରୁ ଦୁଇପଟଯାକ ରାସ୍ତାକୁ ସିଲ୍ କରି ଦିଆଯାଇଥିଲା।ତେବେ ରବିବାର ବାତ୍ୟାର ପ୍ରଭାବରେ ବର୍ଷାର ପରିମାଣ କମ୍ ରହିଥିବାରୁ ଘାଟିରେ ଭୁସ୍ଖଳନ ଆଶଙ୍କା ଟଳିଯାଇଛି। ତେଣୁ ସିଲ୍ ଖୋଲାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।