ଯୋଡ଼ା,୧୦ା୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଓ ବଡବିଲ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାଧାରଣରେ ଆତଙ୍କ ଖେଳିଯାଇଛି। ଯୋଡ଼ା ସହରରେ ଥିବା ଏକ ନର୍ସିିଂହୋମ୍କୁ ଆସିଥିବା ବଡବିଲ ଭଦ୍ରାସାହି ଅଞ୍ଚଳର ଜଣେ ରୋଗୀଙ୍କଠାରେ କରୋନା ପଜିଟିଭ ଜଣାପଡ଼ିବାରୁ ପୌରପାଳିକା ପକ୍ଷରୁ ଉକ୍ତ ନର୍ସିିଂହୋମ୍କୁ ସିଲ୍ କରାଯାଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ସୂଚନା ଦେଇଛନ୍ତି। ସେହିପରି ଉକ୍ତ ନର୍ସିିଂହୋମ୍କୁ ରୋଇଡା ପଞ୍ଚାୟତର କେତେଜଣ ରୋଗୀ ଚିକତ୍ସା ପାଇଁ ଆସିଥିଲେ। ଏଥି ପାଇଁ ସୁରକ୍ଷା ଦୃଷ୍ଟିରୁ ରୋଇଡ଼ା ପଞ୍ଚାୟତ ଲୋକେ ବାହାରକୁ ଯିବା ଓ ବାହାର ଅଞ୍ଚଳ ଲୋକଙ୍କୁ ଏହି ପଞ୍ଚାୟତରେ ପ୍ରବେଶ ନିଷେଧ କରାଯାଇଥିବା ସରପଞ୍ଚ ଜ୍ୟୋତିଷ ଚନ୍ଦ୍ର ନାଏକ କହିଛନ୍ତି। ବଡ଼ବିଲ ଅଞ୍ଚଳକୁ ଶଟ୍ଡାଉନ ଘୋଷଣା କରାଯାଇଥିବା ବେଳେ ଯୋଡ଼ାକୁ ମଧ୍ୟ ଶଟଡାଉନ୍ କରିବା ପାଇଁ ଦାବି ହେଉଛି।