ଶିମ୍ଲା,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ହିମାଚଳ ପ୍ରଦେଶ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆଜିର ନୂଆ ଭାରତ ସବୁ ପୁରୁଣା ଆହ୍ବାନ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି। ଯେଉଁ ସୁବିଧା ଗତ ଦଶକରେ ଲୋକଙ୍କ ନିକଟରେ ପହଞ୍ଚିବା କଥା ତାହା ଏବେ ପହଞ୍ଚୁଛି। ଆମେ କେବଳ ବିଂଶ ଶତାବ୍ଦୀର ଲୋକଙ୍କ ଆବଶ୍ୟକତା ପୂରଣ କରୁନାହୁଁ, ବରଂ ହିମାଚଳର ଏକବିଂଶ ଶତାବ୍ଦୀର ଆଧୁନିକ ସୁବିଧା ମଧ୍ୟ ଯୋଗାଇଦେଉଛୁ। ସେଥିପାଇଁ ଆଜି ହିମାଚଳର ବିକାଶ ପାଇଁ ସବୁପ୍ରକାର କାର୍ଯ୍ୟ କରାଯାଉଛି। ଆଜି ହିମାଚଳରେ ଗ୍ରାମୀଣ ରାସ୍ତା ଦୁଇଗୁଣ ବେଗରେ ନିର୍ମାଣ କରାଯାଉଥିବାବେଳେ ଗ୍ରାମ ପଞ୍ଚାୟତକୁ ମଧ୍ୟ ଦ୍ରୁତ ଗତିରେ ସଂଯୋଗ ଯୋଗାଇ ଦିଆଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲ୍କ ଡ୍ରଗ ଫାର୍ମା ପାର୍କର ଶିଳାନ୍ୟାସ କରି ଟ୍ରିପଲ ଆଇଟିକୁ ଅନଲାଇନରେ ଲୋକାର୍ପଣ କରିଥିଲେ। ହିମାଚଳ ଦେଶରେ ଚତୁର୍ଥ ବନ୍ଦେ ଭାରତ ଟ୍ରେନର ମଧ୍ୟ ଶୁଭାରମ୍ଭ କରିଥିଲେ।