Posted inଖେଳ

ପୂର୍ବତନ ଇଂଲଣ୍ଡ କ୍ରିକେଟର ରବିନ ଜ୍ୟାକ୍‌ମ୍ୟାନଙ୍କ ପରଲୋକ

ଲଣ୍ଡନ,୨୭।୧୨(ଏପି): ଇଂଲଣ୍ଡର ପୂର୍ବତନ କ୍ରିକେଟର ରବିନ୍‌ ଜ୍ୟାକ୍‌ମ୍ୟାନ ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସେ ଇଂଲଣ୍ଡ ପାଇଁ ୧୫ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟରେ ସେ ଅତ୍ୟନ୍ତ ସଫଳ ପ୍ରଦର୍ଶନ କରିଥିଲେ। ୩୯୯ଟି ପ୍ରଥମଶ୍ରେଣୀ ମ୍ୟାଚ ଖେଳି ସେ ୧, ୪୦୨ ଉଇକେଟ ହାସଲ କରିଥିଲେ। ଅବସର ନେବା ପରେ େ ସ ଦକ୍ଷିଣ ଆଫ୍ରିକାରେ କ୍ରିକେଟ ଭାଷ୍ୟକାର ଭାବେ କାର୍ଯ୍ୟକରିଥିଲେ ଓ ସେଠାରେ ସ୍ତ୍ରୀ ୟୋଭୋନେଙ୍କ ସହ ରହିଆସୁଥିଲେ। ତାଙ୍କ ଦେହାନ୍ତରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ତରଫରୁ ଶୋକ ପ୍ରକାଶ କରାଯାଇଛି। ପୂର୍ବତନ ନ୍ୟୁଜିଲାଣ୍ଡ ବୋଲର ଓ ସାଥୀ ଭାଷ୍ୟକାର ଡାନି ମୋରିସନ ଟୁଇଟ୍‌ କରି ଜ୍ୟାକ୍‌ମ୍ୟାନଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିୟନ୍ସ ଟ୍ରଫି ବିବାଦ: ଆଇସିସିର ସ୍ପଷ୍ଟୀକରଣ ଲୋଡ଼ିଲା ପିସିବି

ଲାହୋର,୧୮ା୧୧(ପି.ଟି.): ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ନ ଯିବା ପାଇଁ ଭାରତ ଘୋଷଣା କରି ସାରିଥିବା ବେଳେ ଆଇସିସିର ସ୍ପଷ୍ଟୀକରଣ ଲୋଡିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)।...

କୋକେନ ବ୍ୟବହାର କରୁଥିଲେ ଏହି କ୍ରିକେଟର୍‌: ଲାଗିଲା ବ୍ୟାନ୍‌

ନୂଆଦିଲ୍ଲୀ,୧୮।୧୧:ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ଡଗ ବ୍ରେସୱେଲ କୋକେନ ବ୍ୟବହାରକୁ ନେଇ ପାଇଁ ନ୍ୟୁଜିଲାଣ୍ଡର ପୂର୍ବତନ ପେସ୍‌ ବୋଲର ଡଗ୍‌ ବ୍ରେସ୍‌ଓ୍ବେଲ ଇତିମଧ୍ୟରେ କ୍ରିକେଟରୁ ୧ମାସ...

‘ମୁଁ ହୋଇଥିଲେ…’, ରୋହିତ ଶର୍ମା ବାପା ହେବା ଉପରେ ଏମିତି କିଛି କହିଦେଲେ ଟ୍ରାଭିସ ହେଡ୍‌

ନୂଆଦିଲ୍ଲୀ,୧୮।୧୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ରୋହିତ ଶର୍ମା ଖେଳିବେ ନାହିଁ ବୋଲି ନିଶ୍ଚିତ କରିଛନ୍ତି। ତାଙ୍କ ସ୍ଥାନରେ...

ଠକେଇ ମାମଲାରେ ଫସିଲେ ଗୌତମ ଗମ୍ଭୀର: ହାଇକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮।୧୧:ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଅଡୁଆ ଥମିବାର ନାଁ ଧରୁନି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଏବଂ ଶ୍ରୀଲଙ୍କା ବିପକ୍ଷ ଦିନିକିଆ...

ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ: ଆଇପିଏଲ ନିଲାମରେ ଆୟରଙ୍କୁ କିଣିବ ଏହି ଦଳ

ନୂଆଦିଲ୍ଲୀ,୧୮।୧୧: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୫ ପୂର୍ବରୁ ୬ ଜଣ ଖେଳାଳିଙ୍କୁ ରିଟେନ କରିଛି। କିନ୍ତୁ ଅଧିନାୟକ ଶ୍ରେୟସ ଆୟରଙ୍କୁ ରିଟେନ କରାଯାଇନାହିଁ। ତାଙ୍କୁ...

ଓଡ଼ିଶାରେ ପହଞ୍ଚିଲେ ଚାମ୍ପିୟନ ଟିମ୍‌: ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୧୮ା୧୧: ଚେନ୍ନାଇରେ ଅନୁଷ୍ଠିତ ୧୪ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ୍‌ରେ ହରିୟାଣାକୁ ୫-୧ରେ ହରାଇ ଓଡ଼ିଶା ପୁରୁଷ ଦଳ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଛି।...

ବୁମ୍‌ରାଙ୍କ ପାଇଁ କାଳ ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ବୋଲର୍‌ ଜସପ୍ରିତ ବୁମ୍‌ରା ନିଜର ସ୍ବତନ୍ତ୍ର ବୋଲିଂ ଶୈଳୀକୁ ନେଇ ସାରା ବିଶ୍ୱରେ ପରିଚିତ। ତାଙ୍କ ସାମ୍ନାରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନ ଅଧିକ...

ହକିରେ ଇତିହାସ ରଚିଲା ଓଡ଼ିଶା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୧(ସରୋଜ ଜେନା): ଚେନ୍ନାଇରେ ଅନୁଷ୍ଠିତ ୧୪ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ୍‌ରେ ଶନିବାର ହରିୟାଣାକୁ ୫-୧ରେ ହରାଇ ଓଡ଼ିଶା ପ୍ରଥମ ଥର ଚାମ୍ପିୟନ ଆଖ୍ୟା ଅର୍ଜନ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri