ଭୁବନେଶ୍ୱର, ୪।୫(କ୍ରୀଡ଼ା ପ୍ରତିନିଧି)-
ରାଜ୍ୟର ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ସେକ୍ ୟୁନୁସଙ୍କର ସୋମବାର ସକାଳ ୫ଟାରେ ପରଲୋକ ଘଟିଛି। କଟକ ସେକ୍ ବଜାର ବାସିନ୍ଦା ୟୁନୁସ କିଛିଦିନ ହେବ ଅସୁସ୍ଥ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ୟୁନୁସ ୧୯୭୭ରେ ଭାରତୀୟ ଜୁନିୟର ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ରାଜ୍ୟ ପକ୍ଷରୁ ସେ ଅନେକ ଜାତୀୟ ଚାମ୍ପିୟନଶିପ୍ରେ ଖେଳିବା ସହ ଅନେକ ଖ୍ୟାତନାମା କ୍ଲବ ପକ୍ଷରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। ଇଷ୍ଟକୋଷ୍ଟ ରେଲ୍ଓ୍ବେରେ କାର୍ଯ୍ୟକରି ସେ ଅବସର ନେଇଥିଲେ। ତାଙ୍କ ସ୍ତ୍ରୀ ନୈମାତୁନ ନିଶା ବେଗମ ଏବଂ ଗୋଟିଏ ଝିଅ ଓ ପୁଅ ଅଛନ୍ତି। ୟୁନୁସଙ୍କ ମୁତ୍ୟୁରେ ଫୁଟବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।