ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): ଜଗତସିଂହପୁର ଜିଲା ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଭୁବନେଶ୍ୱରସ୍ଥିତ ବାସଭବନରେ ବୁଧବାର ଭୋର୍ ସମୟରେ ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି।
ସୂଚନାଯୋଗ୍ୟ, ଉମେଶ ସ୍ବାଇଁ ଜଗତସିଂହପୁର ଜିଲା ବାଲିକୁଦାରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।