Categories: ଖେଳ

ୟୁପିସିଏ ଅଧ୍ୟକ୍ଷ ଯଦୁପତି ସିଂହାଣିଆଙ୍କ ପରଲୋକ

ଲକ୍ଷ୍ନୌ,୧୪।୮(ପି.ଟି.): ଉତ୍ତର ପ୍ରଦେଶ କ୍ରିକେଟ ଆସୋସିଏଶନ (ୟୁପିସିଏ) ଅଧ୍ୟକ୍ଷ ଯଦୁପତି ସିଂହାଣିଆ ୬୭ ବର୍ଷ ବୟସରେ ଗୁରୁବାର ସିଙ୍ଗାପୁରରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ସ୍ତ୍ରୀ କବିତା ଉପସ୍ଥିତ ଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ରହିଆସୁଥିଲେ ଓ ରୋଗ ସହ ସଂଗ୍ରାମ କରିଆସୁଥିଲେ। ଏଥିପାଇଁ ସିଙ୍ଗାପୁରରେ ଏକ ହସ୍ପିଟାଲ୍‌ରେ ତାଙ୍କ ଚିକିତ୍ସା କରାଯାଉଥିଲା। ଗୁରୁବାର ସକାଳେ ସେ ପ୍ରାଣତ୍ୟାଗ କରିଥିଲେ ବୋଲି ୟୁପିସିଏ ନିର୍ଦ୍ଦେଷକ ରାଜୀବ ଶୁକ୍ଳା କହିଛନ୍ତି। ତେବେ ତାଙ୍କ ଅସୁସ୍ଥତା ନେଇ କିଛି ସ୍ପଷ୍ଟ କରାଯାଇନାହିଁ।
ସିଂହାଣିଆଙ୍କ ଭଳି ତାଙ୍କ ଜେଜେ ଓ ପିତା ଗୌର ହରି ମଧ୍ୟ ଉତ୍ତର ପ୍ରଦେଶରେ କ୍ରିକେଟର ପ୍ରଚାର ଓ ପ୍ରାସର ପାଇଁ କାର୍ଯ୍ୟ କରିଥିଲେ। ସାରା ରାଜ୍ୟରେ କ୍ରୀଡ଼ାର ଉନ୍ନତି ପାଇଁ ତାଙ୍କ ପରିବାର କାର୍ଯ୍ୟ କରିଥିଲେ। ଘୁବ୍‌ଶୀଘ୍ର ତାଙ୍କ ସ୍ମୃତିରେ ୟୁପିସିଏ ଏକ ଶୋକ ସଭାର ଆୟୋଜନ କରିବ ବୋଲି ଶୁକ୍ଳା କହିଛନ୍ତି।

Share