କାଟ୍ରିନା-ଭିକିଙ୍କ ମଧ୍ୟରେ ଥିବା ବୟସ ପାର୍ଥକ୍ୟକୁ ନେଇ ବଢୁଛି ଚର୍ଚ୍ଚା

ବଲିଉଡ ଷ୍ଟାର ଭୀକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ଏଦୁହେଁ। ବିବାହକୁ ନେଇ ଚାଲିଛି ଜୋରସୋରରେ ପ୍ରସ୍ତୁତି। ଚାରିଆଡେ କେବଳ ବି-ଟାଉନର ଏହି ଷ୍ଟାର ଦମ୍ପତ୍ତିଙ୍କ ରୟାଲ ୱେଡିଂକୁ ନେଇ ଚାଲିଛି ଚର୍ଚ୍ଚା। ଏଥିପାଇଁ ପୂରା ସଜେଇ ହୋଇଛି ରାଜସ୍ଥାନ ଜୋଧପୁରର ସିକ୍ସ ସେନ୍ସ ଫୋର୍ଟ। ଆସନ୍ତା ୯ ତାରିଖ ଦିନ ରାଜସ୍ଥାନରେ ଉଭୟ ସାତ ଜନ୍ମର ସାଥୀ ହେବ। ତେବେ ଏହି ସମୟରେ କାଟ୍ରନା-ଭିକିଙ୍କ ବୟସକୁ ନେଇ ଚର୍ଚ୍ଚା ହେଉଛି। ଭିକିଙ୍କ ଜନ୍ମ ମେ’ ମାସ ୧୬ ତାରିଖ ୧୯୮୮ରେ ହୋଇଛି। ର୍ଥାତ୍‌ ଭିକି କୌଶଲଙ୍କ ବୟସ ୩୩ ବର୍ଷ । ସେହିଭଳି କାଟ୍ରିନାଙ୍କ ଜନ୍ମ ୧୬ ଜୁଲାଇ ୧୯୮୩ରେ ହୋଇଛି। ଅର୍ଥାତ କ୍ୟାଟ୍ରିନାଙ୍କ ବୟସ ୩୮ ବର୍ଷ । ଭିକିଙ୍କଠାରୁ କାଟ୍ରିନା ୫ବର୍ଷ ବଡ। ପୂର୍ବରୁ ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କଠାରୁ ବୟସରେ ୧୦ ବର୍ଷ ସାନ ହଲିଉଡ ଅଭିନେତା ନିକ ଜୋନାସଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ। ଉଭୟଙ୍କ ମଧ୍ୟରେ ଥିବା ଏହି ବୟସ ଅନ୍ତରକୁ ନେଇ ଚାରିଆଡେ ଆଲୋଚନା ହେଉଛି। ଏହି ଆଲୋଚନାରେ ମୁଣ୍ଡ ଖେଳାଇଛନ୍ତି ବଲିଉଡ କୁଇନ କଙ୍ଗନା ରାଣାୱତ।


ସେ ନିଜ ଇନ୍ଷ୍ଟାଗ୍ରାମରେ କ୍ୟାଟ୍ରିନା ଏବଂ ଭିକିଙ୍କ ବୟସ ପାର୍ଥକ୍ୟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ଏକ ଭଲ ନିଷ୍ପତ୍ତି, ଚଳିବ। ଆମେ ସଫଳ ଧନୀ ପୁରୁଷଙ୍କ ସହ କମ ବୟସ୍କା ଯୁବତୀଙ୍କ ବିବାହ କରିବାର ଅନେକ କାହାଣୀ ଶୁଣିଥିଲୁ। ମହିଳାମାନେ ନିଜ ସ୍ବାମୀଙ୍କ ଅପେକ୍ଷା ଅଧିକ ସଫଳ ହେବା ଏକ ବଡ ସଙ୍କଟ ଥିଲା। ଏକ ନିର୍ଦ୍ଦିଷ୍ଟ ବୟସ ପରେ ମହିଳାଙ୍କୁ ତାଙ୍କଠାରୁ ସାନ ପୁରୁଷକୁ ବିବାହ କରିବା ଅସମ୍ଭବ ଥିଲା। ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଧନୀ ଏବଂ ସଫଳ ମହିଳାମାନଙ୍କୁ ଯୌନବାଦୀ ନିୟମ ଭାଙ୍ଗୁଥିବା ଦେଖି ଭଲ ଲାଗିଲା। ଲିଙ୍ଗଗତ ବୈଷମ୍ୟର ପୁନଃ ବ୍ୟାଖ୍ୟା ପାଇଁ ଉଭୟ ପୁରୁଷ ଏବଂ ମହିଳାଙ୍କୁ ଅଭିନନ୍ଦନ ବୋଲି ଲେଖିଛନ୍ତି କଙ୍ଗନା।

 

Share