Categories: ଜାତୀୟ

ସହମତି ବୟସ ୧୬କୁ ହ୍ରାସ କରାଯାଉ

ଗ୍ବାଲିୟର, ୨।୭: ମହିଳାମାନଙ୍କ ସହମତି ବୟସ ୧୬ ବର୍ଷକୁ ହ୍ରାସ କରିବା ନିମନ୍ତେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଗ୍ବାଲିୟର ବେଞ୍ଚ୍‌ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ବର୍ତ୍ତମାନ ମହିଳାମାନଙ୍କ ସହମତି ବୟସ ୧୮ ବର୍ଷ ରଖାଯାଇଥିବାରୁ କିଶୋରମାନଙ୍କ ପ୍ରତି ଅନ୍ୟାୟ ହେବା ସହ ସାମାଜିକ ଶୃଙ୍ଖଳା ବାଧାପ୍ରାପ୍ତ ହେଉଛି ବୋଲି ହାଇକୋର୍ଟ କହିଛନ୍ତି। ୨୦୨୦ରେ ଜଣେ ନାବାଳିକାଙ୍କୁ ଏକାଧିକ ଥର ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଏତଲାକୁ ଅଦାଲତ ଖାରଜ କରିଦେବା ସହ ଉପରୋକ୍ତ ଅନୁରୋଧ କରିଛନ୍ତି। ଆଜିକାଲି ୧୪ ବର୍ଷ ବୟସର ପୁଅଝିଅ ସୋସିଆଲ ମିଡିଆ ସଚେତନତା ଓ ସହଜରେ ଇଣ୍ଟରନେଟ୍‌ ସଂଯୋଗରେ ଆସି ଯୌବନତ୍ୱ ପ୍ରାପ୍ତ ହେଉଛନ୍ତି। ସେଥିପାଇଁ ସେମାନେ କମ୍‌ ବୟସରେ ପରସ୍ପର ପ୍ରତି ଆକର୍ଷିତ ହେଉଛନ୍ତି ଓ ପରିଣାମରେ ସେମାନଙ୍କ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ ହେଉଛି। ତେଣୁ ଝିଅମାନଙ୍କ ସହମତି ବୟସ ୧୮ରୁ ୧୬ ବର୍ଷକୁ ହ୍ରାସ ନେଇ କେନ୍ଦ୍ର ସରକାର ବିଚାର କରିବାକୁ ହାଇକୋର୍ଟ ଅନୁରୋଧ କରିଛନ୍ତି।

Share