ଆଧିପତ୍ୟ ଯୁଗ ଶେଷ

ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସକଙ୍କ ମଧ୍ୟରୁ ଅନେକେ ଏହି ତୃତୀୟ ଶାସନ ପାଳିରେ ମନ୍ଥରତା ଏବଂ ଲକ୍ଷ୍ୟହୀନତାକୁ ଅନୁଭବ କରୁଛନ୍ତି। ଫେବୃଆରୀରେ ସଂସଦର ନୂତନ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଭାଜପାର ତୃତୀୟ କାର୍ଯ୍ୟକାଳର ଗୁରୁତ୍ୱପୂର୍ଣ୍ଣ ପ୍ରତିବଦ୍ଧତା ପରବର୍ତ୍ତୀ ୧୦୦୦ ବର୍ଷକୁ ପ୍ରଭାବିତ କରିବ। ନିର୍ବାଚନ ପ୍ରଚାର ସମୟରେ ଏକ ନ୍ୟୁଜ୍‌ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ କହିଥିଲେ, ୪ ଜୁନ୍‌ ପରେ ପ୍ରଥମ ୧୨୫ ଦିନରେ ଫଳାଫଳ ସ୍ପଷ୍ଟ ହେବ। ପ୍ରଥମ ୧୦୦ ଦିନର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇସାରିଛି ବୋଲି ସେ କହିଥିଲେ ଏବଂ ପରବର୍ତ୍ତୀ ୨୫ଦିନର କାର୍ଯ୍ୟସୂଚୀକୁ ସେ ଯୁବକମାନଙ୍କ ପାଇଁ ବ୍ୟବହାର କରିବେ। ଏଥିରୁ କୌଣସିଟି ହେବ ନାହିଁ। ନିର୍ବାଚନ ଫଳାଫଳ ଘୋଷଣା ଦିନଠାରୁ ୭ ଅକ୍ଟୋବରକୁ ୧୨୫ ଦିନ ହେବ। ହେଲେ ଏବେ ‘କିଛି ଘଟୁନାହିଁ’। ଏହାର ବଡ଼ କାରଣ ହେଉଛି ଭାଜପାର ବହୁମତ ନ ଥିବାରୁ ୨୦୧୪ରୁ ୨୦୨୪ ମଧ୍ୟରେ ଦଳ ପାର୍ଲାମେଣ୍ଟରେ ଯାହା କରିପାରୁଥିଲା ତାହା ଆଉ କରିପାରିବ ନାହିଁ। ମିଳିତ ସଂସଦୀୟ କମିଟିକୁ ପଠାଯାଇଥିବା ୱକଫ ବିଲ୍‌ କ୍ଷେତ୍ରରେ ଆମେ ଏହା ଦେଖିଛୁ। ବିଗତ ଏକ ଦଶନ୍ଧିରେ ପାର୍ଲାମେଣ୍ଟରେ ଏକ ଦୁର୍ବଳ ବିରୋଧୀ ଦଳ ଥିବାରୁ ସରକାର ବିଲ୍‌ଗୁଡ଼ିକୁ ଏକ କମିଟିକୁ ପଠାଇ ଯାଞ୍ଚ କରିବାକୁ ଅନୁମତି ଦେଇନାହାନ୍ତି। ମୋଦିଙ୍କ ଶାସନ କାଳର ପ୍ରଥମ ଦଶନ୍ଧିରେ ଆଇନଗୁଡ଼ିକରେ ବାସ୍ତବତାକୁ ବିଚାରକୁ ନ ନେଇ ଏକ କଠୋର ପ୍ରକ୍ରିୟା ମାଧ୍ୟମରେ ଆଇନ ପ୍ରଣୟନ କରାଯାଇଛି। ଦେଖିବାକୁ ଗଲେ ୧୪ତମ ଲୋକ ସଭା (୨୦୦୪-୦୯)ରେ ୬୦ ପ୍ରତିଶତ ବିଲ୍‌ ଯାଞ୍ଚ ପାଇଁ କମିଟି ନିକଟକୁ ପଠାଯାଇଥିଲା। ପରବର୍ତ୍ତୀ ଲୋକ ସଭା (୨୦୦୯-୧୪)ରେ ଏହି ସଂଖ୍ୟା ୭୧ ପ୍ରତିଶତ ଥିଲା। ହେଲେ ମୋଦିଙ୍କ ପ୍ରଥମ ପାଳିରେ ଏହା ୨୫ ପ୍ରତିଶତକୁ ଖସି ଆସିଥିଲା। ୨୦୧୪ରେ ପ୍ରଥମ ବିଜୟ ପରେ ଯାଞ୍ଚ ଏବଂ ପରୀକ୍ଷା ସକାଶେ ବିଭାଗ ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ କମିଟିଗୁଡ଼ିକୁ ବିଲ୍‌ ପଠାଇବା ପାଇଁ ଆବଶ୍ୟକ ସଂସଦୀୟ ଅଧିବେଶନକୁ ଏହା ଜାଣିଶୁଣି ରଦ୍ଦ କରିଥିଲା। ଏପରି କି ଯେଉଁ ଆଇନଗୁଡ଼ିକ ପାସ୍‌ ହେବା ପୂର୍ବରୁ ଯାଞ୍ଚ କରାଯାଇଥିଲା ସେସବୁ ମୋଦିଙ୍କ ଦ୍ୱିତୀୟ ବିଜୟ ପରେ ଶେଷ ହୋଇଗଲା। ବିରୋଧୀ ଦଳ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ତେଲୁଗୁ ଦେଶମ୍‌ ପାର୍ଟି ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ମାର୍କ୍ସବାଦୀ)ର ୧୭ ଜଣ ସାଂସଦ ବିନା ସମୀକ୍ଷାରେ ତରବରିଆ ଭାବେ ବିଲ୍‌ ପାସ୍‌ ପ୍ରକ୍ରିୟାକୁ ନେଇ ସରକାରଙ୍କୁ ଚିଠି ଲେଖି ଚିନ୍ତା ପ୍ରକଟ କରିଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ ଜନସାଧାରଣଙ୍କ ପରାମର୍ଶ ନେବା ଲାଗି ନିର୍ଦ୍ଦିଷ୍ଟ ବିଷୟରେ ଜଡ଼ିତ ଥିବା ଗୋଷ୍ଠୀଗୁଡ଼ିକୁ ଏବଂ ବ୍ୟକ୍ତିବିଶେଷଙ୍କୁ ସମ୍ଭାବ୍ୟ ଆଇନ ଉପରେ ମତ ରଖିବା ଲାଗି ଆମନ୍ତ୍ରଣ କରିବା ଧାରା ବନ୍ଦ ହୋଇଗଲା। ସେମାନେ ଲେଖିଥିଲେ, ଜନତାଙ୍କ ପରାମର୍ଶ ନେବା କାର୍ଯ୍ୟ ବହୁ ପୂର୍ବରୁ ରହିଥିଲା; ଯେଉଁଥିରେ ସଂସଦୀୟ କମିଟି ବିଲ୍‌ ଯାଞ୍ଚ କରନ୍ତି, ସୁଚିନ୍ତିତ ଭାବରେ କାର୍ଯ୍ୟ କରନ୍ତି ଏବଂ ଆଇନର ବିଷୟବସ୍ତୁ ତଥା ଗୁଣବତ୍ତା ବିକାଶ ଦିଗରେ କାର୍ଯ୍ୟ କରନ୍ତି। ମୋଦିଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା ଏବଂ ୨୦୨୦ରେ ଗୋଟିଏ ବି ବିଲ୍‌ ଯାଞ୍ଚ ପାଇଁ କମିଟି ନିକଟକୁ ପଠାଯାଇ ନ ଥିଲା। ସେହିବର୍ଷ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ସରକାର ୧୧ଟି ଅଧ୍ୟାଦେଶ ଆଣିଥିଲେ, ଯେଉଁଥିରେ ଆୟକର ଆଇନରେ ସଂଶୋଧନ କରାଯାଇଥିଲା ଏବଂ ପିଏମ୍‌ କେୟାର୍ସ ପାଣ୍ଠିରେ ଦିଆଯାଇଥିବା ଦାନକୁ ୧୦୦ ପ୍ରତିଶତ ଟିକସ ଛାଡ଼ କରିଦିଆଯାଇଥିଲା। ବିନା ଯାଞ୍ଚରେ ଆଇନ ପାସ୍‌ କରାଯାଇଥିଲା। ଏପରି କି କମିଟିଗୁଡ଼ିକ ଥିଲେ ମଧ୍ୟ ସରକାର ସେମାନଙ୍କ କାର୍ଯ୍ୟରେ ବାଧା ଦେଇଥିଲେ। ମହାମାରୀ ପରେ ଷ୍ଟାଣ୍ଡିଂ କମିଟିଗୁଡ଼ିକୁ ଭର୍ଚୁଆଲ ବୈଠକ କରିବାକୁ ଅନୁମତି ଦିଆଯାଇ ନ ଥିଲା। ବିରୋଧୀ ଦଳର ସାଂସଦମାନେ ଅଭିଯୋଗ କଲେ ମଧ୍ୟ ଭାଜପା ବିବାଦୀୟ ଟ୍ରିପଲ ତଲାକ ଏବଂ ଆର୍‌ଟିଆଇ (ବିରୋଧୀ ଦଳ ସଂସଦ ଛାଡ଼ି ଚାଲି ଆସିଲା ପରେ ଉଭୟ ପାରିତ ହୋଇଛି) ଏବଂ ବ୍ୟକ୍ତିଙ୍କୁ ଉଗ୍ରବାଦୀ ଭାବେ ନାମିତ କରୁଥିବା ୟୁଏପିଏରେ ସଂଶୋଧନ କରିଥିଲା। ସେହିଭଳି କୃଷି ଆଇନ, କଶ୍ମୀରର ସ୍ବତନ୍ତ୍ର ପାହ୍ୟା ଉଚ୍ଛେଦ ବିଲ୍‌ ଏବଂ ନାଗରିକତ୍ୱକୁ ସଂଶୋଧନ ବିଲ୍‌କୁ ନିଷ୍ପକ୍ଷ ବିଚାର ପାଇଁ ସଂସଦର କୌଣସି କମିଟିକୁ ପଠାଯାଇ ନ ଥିଲା। ସମସ୍ତେ ପରେ ଅସୁବିଧା ସୃଷ୍ଟି କରିବେ।
ବୈଧାନିକ ଯାଞ୍ଚକୁ ଏଡ଼ାଇଯିବା କାହିଁକି ଏକ ସମସ୍ୟା ବୋଲି ପିଆର୍‌ଏସ୍‌ ଲେଜିସ୍‌ଲେଟିଭ ରିସର୍ଚ୍ଚର ଚକ୍ଷୁ ରୟ ଲେଖିଛନ୍ତି। ସେ ଦର୍ଶାଇଛନ୍ତି ଯେ, ”କୃଷି ବିଲ୍‌ ଭଳି ରାଜନୈତିକ ବିବାଦୀୟ ବିଲ୍‌ଗୁଡ଼ିକ ଉପରେ ମତଭେଦ ଥିବାବେଳେ ତରବରିଆ ଭାବେ ସଂସଦରେ ପାସ୍‌ କଲେ ଅନିୟନ୍ତ୍ରିତ ସ୍ଥିତି ଉପୁଜେ। ଆଉ ଏକ ସମସ୍ୟା ହେଲା ସଂସଦୀୟ କମିଟି ବିଲ୍‌ ଯାଞ୍ଚ ନ କଲେ ଦେଶ ସମ୍ଭାବ୍ୟ ଅଧୁରା ଆଇନର ବୋଝ ମୁଣ୍ଡେଇବ।“ ତେଣୁ ଲୋକଙ୍କ ପରାମର୍ଶ ଗୁରୁତ୍ୱପୂର୍ଣ୍ଣ ନୁହେଁ ଓ ଆବଶ୍ୟକ ମଧ୍ୟ। ମୋଦି ପରାମର୍ଶ ବା ବିଚାର ବିମର୍ଶର ଏକ ପରମ୍ପରାକୁ ଓଲଟପାଲଟ କରିଦେଲେ, ଯାହାକୁ ଇଂରେଜମାନେ ଅନୁସରଣ କରିଥିଲେ। ୧୯୧୭ରେ ଯେତେବେଳେ ଜବରଦସ୍ତ ନୀଳ ଚାଷ ଉପରେ ଏକ ଆଇନ ପ୍ରସ୍ତୁତି ଆରମ୍ଭ ହେଲା ଏବଂ ବିହାର-ଓଡ଼ିଶା ବିଧାନସଭାରେ ଚମ୍ପାରନ କୃଷି ବିଲ୍‌ ଆଗତ ହେଲା, ସେତେବେଳେ ଅନେକ ସଦସ୍ୟ ଏହାକୁ ଯାଞ୍ଚ ଏବଂ ପରୀକ୍ଷା ପାଇଁ ଗୃହର ଚୟନ କମିଟି ନିକଟକୁ ପଠାଇବାକୁ ଦାବି କରିଥିଲେ। ବ୍ରିଟିଶ ସରକାର ଏଥିରେ ରାଜି ହେଲେ ଏବଂ ଗାନ୍ଧୀଙ୍କୁ ଏହି ବିଲ୍‌ ସମୀକ୍ଷା କରିବାକୁ ଅନୁରୋଧ କରାଯାଇଥିଲା।
ବର୍ତ୍ତମାନ ପାର୍ଲାମେଣ୍ଟରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଅଛି। ଭାଜପାର ସମ୍ପୂର୍ଣ୍ଣ ଆଧିପତ୍ୟ ବା ପ୍ରଭୁତ୍ୱର ଯୁଗ ଶେଷ ହୋଇଯାଇଛି। ପ୍ରଭାବୀ ଶୈଳୀରେ ଶାସନ କରିବାକୁ, ସଫଳତାର ସହ ଆଇନ କରିବାକୁ ମୋଦି ବିରୋଧୀଙ୍କ ସହଯୋଗ ନେବାକୁ ପଡ଼ିବ। ତାଙ୍କ ପୂର୍ବରୁ ଅନ୍ୟ ପ୍ରଧାନମନ୍ତ୍ରୀମାନେ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସମସ୍ତଙ୍କୁ ଏକାଠି ନେଇ ଯେଭଳି କାର୍ଯ୍ୟ କରିଥିଲେ ମୋଦିଙ୍କୁ ସେଭଳି ନିଷ୍ପତ୍ତି ନେବାକୁ ପଡ଼ିବ। ସେ ଏହା ନ କଲେ ଏବଂ ବାସ୍ତବତାକୁ ଗ୍ରହଣ କରିବାର କୌଣସି ସଙ୍କେତ ନ ଦେଖାଇଲେ ଏହା ତାଙ୍କ ପ୍ରଶଂସକମାନଙ୍କ ପାଇଁ ପୀଡ଼ାଦାୟକ ହୋଇଯିବ। ଏଭଳି ସ୍ଥିତିରେ ତାଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କୃଷିରେ ଯାନ୍ତ୍ରିକୀକରଣ

କଟରେ କୃଷି, ପଶୁପାଳନ ଏବଂ ଖାଦ୍ୟ ପ୍ରକ୍ରିୟାକରଣର ସଂସଦୀୟ ସ୍ଥାୟୀ କମିଟିି ଭାରତର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ କୃଷିକାର୍ଯ୍ୟରେ ଯାନ୍ତ୍ରିକୀକରଣର ବୃଦ୍ଧି ଉପରେ ଗୁରୁତ୍ୱାରୋପ...

ହେ ଈଶ୍ୱର! ତୁମେ କେଉଁ ଧର୍ମର

ସଂସାରରେ ଯଦି କେବେ ବି ଈଶ୍ୱରଙ୍କର ଆବିର୍ଭାବ ଘଟନ୍ତା, ତେବେ ବହୁଳ ଭାବେ ତାଙ୍କୁ ଯେଉଁ ପ୍ରମୁଖ ପ୍ରଶ୍ନଟି ପଚରାଯାଆନ୍ତା, ତାହା ବୋଧହୁଏ ହୁଅନ୍ତା ଏଇ...

ଲେଖକ ଓ ଭଲ ମଣିଷ

ଲେଖକର ସଂଜ୍ଞା ଆଦୌ ଜଟିଳ ନୁହେଁ, ଅତି ସରଳ। ଯେ ଲେଖନ୍ତି ସେ ଲେଖକ ନିଶ୍ଚୟ। ଲେଖିବା କଥା ଉଠିଲେ ସାହିତ୍ୟ ଲେଖିବା କଥାକୁ ଆଗେ...

ସମାଜର ଆଧାରସ୍ତମ୍ଭ

ଜନ୍‌ ଡିୟୁଙ୍କ ଉଦ୍ଧୃତି ‘ଶିକ୍ଷା ଜୀବନ ପାଇଁ ପ୍ରସ୍ତୁତି ନୁହେଁ; ଶିକ୍ଷା ହେଉଛି ଜୀବନ’। ଏହା ଶିକ୍ଷାର ପ୍ରକୃତ ମୂଲ୍ୟ ଏବଂ ଉଦ୍ଦେଶ୍ୟ ଉପରେ ଏକ...

ରହସ୍ୟମୟ ଘଟଣା

ଉତ୍ତରାଖଣ୍ଡର ଏକ ଶାନ୍ତ ପାହାଡ଼ିଆ ଅଞ୍ଚଳରେ ଥିବା ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କ ଘରୁ ୫୦ କୋଟି ଟଙ୍କା ଚୋରିହେବା ଘଟଣା ଉପରେ ଗଣମାଧ୍ୟମ ଗୁଜବ...

ଏଇ ଭାରତରେ

ଉତ୍ତରପ୍ରଦେଶ ସମ୍ବଲ ଜିଲାର ଜୀବନରେଖା ହେଉଛି ସୋତ୍‌ ନଦୀ। ଏହା ଜବରଦଖଲ ଯୋଗୁ ବହୁ ଦଶନ୍ଧି ହେଲା ଏଥିରେ ଜଳପ୍ରବାହ ବାଧାପ୍ରାପ୍ତ ହୋଇଥିଲା। ହେଲେ ସମ୍ବଲର...

ଭାଗବତର ଆହ୍ବାନ

ଗୋ ଶ୍ରୀମଦ୍‌ ଭାଗବତର ସ୍ଥାନ ଓ ଆହ୍ବାନ ବିଚାର୍ଯ୍ୟ। ଭାରତୀୟ ପ୍ରଜ୍ଞାମାନସ ବେଦରୂପୀ କଳ୍ପବୃକ୍ଷର ପରିପକ୍ୱ ସୁମିଷ୍ଟ ଫଳ ‘ଭାଗବତ’ ମୁକ୍ତିମାର୍ଗର ସୋପାନ। ଭଗବାନଙ୍କ ସାକ୍ଷାତ...

ସ୍ବଚ୍ଛତା ଓ ଆମ ସହର

ଚ୍ଛତାକୁ ନେଇ ଅନେକ ଉତ୍ସାହଜନକ କାର୍ଯ୍ୟକ୍ରମ ଚାଲୁଛି। ତେବେ ସ୍ବଚ୍ଛତା ଓ ଆମ ସହରକୁ ନେଇ ଆଲୋଚନା କରିବା ବେଳେ ପ୍ରଥମେ ପ୍ରାଥମିକ ସ୍ତରରୁ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri