Categories: ଫୁରସତ

ରୋମାଞ୍ଚରେ ଭରା ଏଇ ଦୋଳି

ରୋମାଞ୍ଚରେ ଭରା ଏଇ ଦୋଳି
ଦୋଳି ଖେଳିବାର ମଜା ଅଲଗା। ଛୋଟରୁ ବଡ଼ ସମସ୍ତେ ଏହାକୁ ଖେଳିବାକୁ ଭଲ ପାଆନ୍ତି। ଆଉ ବାଙ୍ଗାଲୁରରେ ଅଛି ଭାରତର ଏମିତି ଏକ ଦୋଳି ଯେଉଁଥିରେ ରୋମାଞ୍ଚର ଖୋରାକ ଭରପୁର ମିଳିବ। ଏରିଆ୮୩ ଅଞ୍ଚଳରେ ଥିବା ଉକ୍ତ ଦୋଳି ଭୂମିଠାରୁ ୫୦ ଫୁଟ ପର୍ଯ୍ୟନ୍ତ ଝୁଲାଇଥାଏ। ଏଥିରେ ଦୁଇଜଣ ବସିବାର ସୁବିଧା ରହିଛି। ତେଣୁ ନିଜର ପ୍ରିୟ ମଣିଷ ସହ ଏକାଠି ବସି ଏହି ଦୋଳି ଖେଳର ରୋମାଞ୍ଚକୁ ଅନୁଭବ କରିହେବ। ପ୍ରଥମେ ତ ବହୁତ ଭୟ ଲାଗିବ। ହେଲେ ଦୋଳି ନିକଟରେ ଏକ ସୁନ୍ଦର ହ୍ରଦ ଅଛି। ସକାଳ ଓ ସନ୍ଧ୍ୟା ସମୟରେ ଦୋଳି ଖେଳିବାବେଳେ ସେଠାକାର ଚମତ୍କାର ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁ ଭୟକୁ ଦୂର କରିଦେବ। ହେଲମେଟ୍‌ ପିନ୍ଧି ସିଟବେଲ୍ଟ ବାନ୍ଧି ସୁରକ୍ଷିତଭାବେ ଏଇ ଦୋଳି ଖେଳିବାର ରୋମାଞ୍ଚ ଉଠେଇବାକୁ ଏଠାକୁ ଅନେକ ପର୍ଯ୍ୟଟକ ଆସନ୍ତି।

Share