ପୁଞ୍ଜିପତିଙ୍କୁ ଚାଷୀଙ୍କ ଜମି ଟେକିଦେବା ହିଁ କୃଷିନୀତିର ଲକ୍ଷ୍ୟ: ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ

ବରଗଡ଼,୧୭।୩(ପ୍ରେମାନନ୍ଦ ଖମାରୀ): କୃଷକମାନଙ୍କୁ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ମିଳୁ ନାହିଁ । ଏହି କାରଣରୁ କୃଷକମାନେ ଋଣଗ୍ରସ୍ତ ହେଉଛନ୍ତି। ବ୍ୟାଙ୍କ ଏବଂ ସାହୁକାରଙ୍କଠାରୁ ଋଣ ଆଣି ଚାଷୀମାନେ ଚାଷବାସ କରୁଛନ୍ତି। ମାତ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତି ଯୋଗୁ ଚାଷୀଙ୍କୁ ଉତ୍ପାଦିତ ଫସଲର ଉଚିତ୍‌ ମୂଲ୍ୟ ମିଳୁ ନାହିଁ। ଫଳରେ ସବୁବେଳେ କ୍ଷତି ସହିବାକୁ ପଡ଼ଛି। ଋଣଗ୍ରସ୍ତ ଚାଷୀ ଚାଷ ଛାଡ଼ି ଦାଦନ ଯାଉଛି କିମ୍ବା ଆତ୍ମହତ୍ୟା କରୁଛି। ସରକାରଙ୍କ ଭୁଲ କୃଷିନୀତି ଏହାର ମୂଳ କାରଣ। ପୁଞ୍ଜିପତିଙ୍କ ହାତରେ ଚାଷୀଙ୍କ ଜମି ଟେକି ଦେବା ପାଇଁ ହିଁ ସରକାର ସେଭଳି ଭୁଲ କୃଷିନୀତି ଆଣିଛନ୍ତି ବୋଲି ସୋମବାର ବରଗଡ଼ ବ୍ଲକ ସାୟଂ ଖେଳ ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତରେ ଉଦ୍‌ବୋଧନ ଦେଇ ଭାରତୀୟ କିଷାନ ୟୁନିୟନର ପ୍ରବକ୍ତା ରାକେଶ ଟିକାୟତ୍‌ କହିଛନ୍ତି। ସେ ଆହୁରି କହିଥିଲେ, ସରକାର ଏପର୍ଯ୍ୟନ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା ଦେଇ ନାହାନ୍ତି। ସେହିପରି ବିଦ୍ୟୁତ୍‌ ଆମେଣ୍ଡମେଣ୍ଟ ଆକ୍ଟ ଲାଗୁ ପାଇଁ ବାରମ୍ବାର ଦାବି ହୋଇ ଆସୁଛି। ମାତ୍ର ସେଥିପ୍ରତି ସରକାର ଗୁରୁତ୍ୱ ଦେବା ପରିବର୍ତ୍ତେ ବିଦ୍ୟୁତ୍‌କୁ ଘରୋଇକରଣ କରାଯାଇଛି। ସ୍ମାର୍ଟ ମିଟର ଲଗାଇ ଉପଭୋକ୍ତାଙ୍କୁ ଲୁଟ କରାଯାଉଛି। ଏହାର ପ୍ରତିବାଦରେ ବରଗଡ଼ରେ ହୋଇଥିବା ଆନ୍ଦୋଳନକୁ ସେ ସମର୍ଥନ କରୁଛନ୍ତି ବୋଲି ଟିକାୟତ୍‌ କହିଥିଲେ। ଟିକାୟତକୁ ସୋହେଲାଠାରେ ସ୍ବାଗତ କରାଯାଇଥିଲା। ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ ସଭାସ୍ଥଳକୁ ନିଆଯାଇଥିଲା। ଦଶମାଇର ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଟିକାୟତ୍‌ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ସଭାସ୍ଥଳକୁ ଅଣାଯାଇଥିଲା। ସେହିପରି କୃଷକ ନେତା ଆଶିଷ ମିତ୍ତଳ, ସତ୍ୟବାନ ଜି, ଅଫ୍ଲାତୁନ, ଚୌଧୁର, ରାଜେନ୍ଦ୍ର, ଜୟତୁ ଦେଶମୁଖ, କ୍ରିଷ୍ନା ମହାନ୍ତି, ରଘୁନାଥ ଦାସ, ଅଶୋକ ପଧାନଙ୍କ ସମେତ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତାମାନେ ପାର୍ବତୀ ଗିରି, ମହାତ୍ମାଗାନ୍ଧୀ, ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିରାଟ ଶୋଭାଯାତ୍ରାରେ ମଞ୍ଚକୁ ପହଞ୍ଚିଥିଲେ। ସେହିପରି ସୁରେଶ ପାଣିଗ୍ରାହୀ ଏବଂ ବିଜୁ କ୍ରିଷ୍ଣନଙ୍କୁ ମଧ୍ୟ ଅତାବିରାରୁ ସ୍ବାଗତ ସମର୍ଦ୍ଧନା କରି ପଡ଼ିଆକୁ ଶୋଭାଯାତ୍ରାରେ ଅତାବିରା କୃଷକ ସଂଗଠନ ଆଣିଥିଲେ। ପରେ ସଂଗଠନ ଉପଦେଷ୍ଟା ଉତ୍ପନ୍ନ ଭୋଇ ସ୍ବାଗତ ବକ୍ତବ୍ୟ ରଖିଥିବା ବେଳେ ଲିଙ୍ଗରାଜ ପଧାନ ମଞ୍ଚ ସଞ୍ଚାଳନ କରିଥିଲେ। ଅଜିତ ଶତପଥି ଉଦେଶ୍ୟ ଜ୍ଞାପନ କରିଥିଲେ। ବକ୍ତାମାନେ ତ୍ରୁଟିପୂର୍ଣ୍ଣ କୃଷିନୀତି ଏବଂ କମ୍ପାନୀ କରଣ ପ୍ରସଙ୍ଗ ଦୃଢ ସ୍ବରରେ ଉପସ୍ଥାପନା କରିଥିଲେ। ସାରା ଭାରତବର୍ଷରେ ସମସ୍ତ କୃଷକଙ୍କ ସମାନ ସମସ୍ୟା ରହିଛି ବୋଲି ବକ୍ତାମାନେ ସୂଚନା ଦେଇଥିଲେ। ପରେ ବକେୟା ବିଦ୍ୟୁତ୍‌ ବିଲ ଛାଡ଼, କୃଷିକ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍‌ ବିଲ ଜଳସେଚନ ଆଧାରରେ ନେବା ଏବଂ ୩୦୦ ୟୁନିଟ ବିଦ୍ୟୁତ୍‌ ମାଗଣା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜିଲାପାଳଙ୍କ ମାଧ୍ୟମରେ ଲକ୍ଷେ ଚାଷୀ ଲେଖିକରି ଦେବା ପାଇଁ ନିଷ୍ପତ୍ତି ହୋଇଛି। କ୍ରିଷ୍ନା ମହାନ୍ତି ସଭାପତିତ୍ୱ କରିଥିବା ବେଳେ ସମସ୍ତ ସଂଗଠନର ସମସ୍ତ ସଭାପତିମାନେ ବକ୍ତବ୍ୟ ରଖିଥିଲେ। ଓକିଲ ସଂଘ, ନିଷ୍ଠା ପରିବାର, ସକଳ୍ପ ପରିବାର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସମସ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ପର୍ଯ୍ୟବରଣ ରକ୍ଷା ପାଇଁ ଦଶ ଗୋଟି ଗଛ ଲଗାଯାଇଥିଲା। ରମେଶ ମହାପାତ୍ର ଧନ୍ୟବାଦ ଦେଇ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri