ଭୁବନେଶ୍ୱର,୧୫।୨(ବ୍ୟୁରୋ): ବିଧାନସଭା ବଜେଟ୍ ଅଧିବେଶନ ପାଇଁ ଆସନ୍ତା ୨୦ ତାରିଖରେ ସର୍ବଦଳୀୟ ବୈଠକ ବସିବ । ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ବଜେଟ୍ ଅଧିବେଶନକୁ ସୁଚାରରୂପେ ଶେଷ କରିବା ପାଇଁ ଏହି ବୈଠକରେ ଆଲୋଚନା କରାଯିବ । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ ଗୃହର କାର୍ଯ୍ୟସୂଚୀ ସ୍ଥିର କରାଯିବା ନେଇ ସୂଚନା ମିଳିଛି।