ଚେନ୍ନାଇ : ଭାରତୀୟ କ୍ରିକେଟର ଦଳର ଅଲ୍ରାଉଣ୍ଡର ବିଜୟ ଶଙ୍କର ବୁଧବାର କୋଭିଡ୍ କଟକଣା ମାନି ତାଙ୍କ ପ୍ରେମିକା ବୈଶାଳୀ ବିଶ୍ୱଶ୍ୱରାନଙ୍କୁ ବିବାହ କରିଛନ୍ତି। ଗତବର୍ଷ ଅଗଷ୍ଟରୁ ବିଜୟଙ୍କର ବୈଶାଳୀଙ୍କ ସହ ନିର୍ବନ୍ଧ ହୋଇଥିଲା। ଏହି ବିବାହରେ ଖୁବ୍ କମ୍ ଲୋକ ଯୋଗ ଦେଇଥିଲେ।
Sending our best wishes to @vijayshankar260 on this very special day!
May you have a happy and blessed married life 🧡😁#SRHFamily #OrangeArmy #SRH pic.twitter.com/elDUYKVww2
— SunRisers Hyderabad (@SunRisers) January 27, 2021
ଇଣ୍ଡିଆନ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ସନରାଇଜର୍ସ ହାଇଦ୍ରାବାଦ ସୋସିଆଲ ମିଡିଆରେ ବିବାହ ସମାରୋହର ଏକ ଫଟୋ ଶେୟାର କରାଯାଇ ଏହି ନବଦମ୍ପତିଙ୍କ ସୁଖ ସମୃଦ୍ଧି କାମନା କରାଯାଇଛି। କେ.ଏଲ୍ ରାହୁଲ, ୟୁଜବେନ୍ଦ୍ର ଚହଲ, କରୁଣ ନାୟାର, ଅଭିନଭ ମୁକୁନ୍ଦ ପ୍ରମୁଖ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବିଜୟ ଶଙ୍କର ୟୁନାଇଟେଡ ଆରମ ଏମିରେଟ୍ସରେ ଆୟୋଜିତ ହୋଇଥିବା ଗତବର୍ଷର ଆଇପିଏଲରେ ମାତ୍ର ୭ଟି ମ୍ୟାଚ୍ ଖେଳିଥିଲେ। ଏଥିରେ ସେ ୧୦୧ ରନ୍ ସଂଗ୍ରହ କରିଥିବା ବେଳେ ୪ଟି ଉଇକେଟ୍ ନେଇଥିଲେ।