Categories: ଜାତୀୟ

କେରଳରୁ ଆସିଲା ଧର୍ମାନ୍ତରିକରଣ ଅଭିଯୋଗ, ଝିଅ ନିଖୋଜ ହେବା ପରେ ବାପା ଆଣିଲେ ଏପରି ଅଭିଯୋଗ

ଥିରୁଭାନନ୍ତପୁରମ୍‌,୧୭।୭: ଦି କେରଲା ଷ୍ଟୋରି ପରି ସମାନ ଘଟଣା କେରଳରେ ସାମ୍ନାକୁ ଆସିଛି। ଫିଲ୍ମରେ ୩୨ହଜାର ଯୁବତୀଙ୍କ ଧର୍ମ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରାଯାଇଥିଲା। ଯେତେବେଳେ ସୁପ୍ରିମକୋର୍ଟରେ ଏହି ମାମଲା ପହଞ୍ଚିଲା। ନିର୍ଦ୍ଦୋକ ଏହାକୁ ୩ଜଣ ଯୁବତୀଙ୍କ କାହାଣୀ ବୋଲି କହିଥିଲେ। ବହୁ ବିବାଦ ଘେରରେ ଥିବାବେଳେ ଏହି ଫିଲ୍ମର ବିଷୟବସ୍ତୁ ତଥ୍ୟକୁ ନେଇ ବହୁ ଗବେଷଣା କରାଯାଇଥିଲା। ଶେଷରେ ପ୍ରମାଣିତ ହୋଇଥିଲା କି, ଧର୍ମ ପରିବର୍ତ୍ତନ କରି ମୁସଲମାନଙ୍କୁ ବିବାହ କରିବା ଏପରି ଘଟଣା କେରଳରେ ବହୁତ କମ୍‌ ଦେଖିବାକୁ ମିଳିଛି। ତଥ୍ୟ ଅନୁଯାୟୀ ସର୍ବମୋଟ୍‌ ୩ଜଣ ହିଁ ଧର୍ମ ପରିବର୍ତ୍ତନ କରିଛନ୍ତି।
ମାତ୍ର କେରଳରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ରାଜ୍ୟର ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ତାଙ୍କ ଝିଅ ବନିତାଙ୍କୁ ଧର୍ମ ପରିବର୍ତ୍ତନ କରାଯାଇଛି। ଏବଂ ଜୋରଜବରଦସ୍ତି ବିବାହ କରାଯିବ। ତେବେ ଏନେଇ ବନିତାଙ୍କ ବାପା କେରଳ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି।

ଦାଖଲ ହୋଇଥିବା ଆବେଦନରେ ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅ ଜୁନ ୮ରୁ ନିଖୋଜ ଅଛନ୍ତି। ବନିତା ଫାହାଦ ନାମକ ଜଣେ ବ୍ୟକ୍ତିଙ୍କଠାରୁ ପ୍ରେରଣା ପାଇ ଧର୍ମ ପରିବର୍ତ୍ତନ କରିବେ। ଏକ ଜାତୀୟ ଗଣମାଧ୍ୟର ରିପୋର୍ଟ ଅନୁଯାୟୀ, ଯୁବକ ଜଣଙ୍କ ବନିତାଙ୍କ ବନ୍ଧୁ ଥିଲେ। ରିପୋର୍ଟ ଏହା ବି ଜଣାପଡିଛି କି, ବନିତାଙ୍କ ପରିବାର ପୁଅର ସମ୍ପୂର୍ଣ୍ଣ ଠିକଣା ଜାଣି ନାହାନ୍ତି।

Share