ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ହଡ଼ପ

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ରାଜ୍ୟର ବିଭିନ୍ନ ବିଭାଗ ଏବଂ ସରକାରୀ ଉଦ୍ୟୋଗଗୁଡ଼ିକରେ ଥିବା କେତେଜଣ ଅଧିକାରୀ ନିଜ କର୍ତ୍ତବ୍ୟରେ ଅବହେଳା କରିବା ସହ ସରକାରୀ ଅର୍ଥକୁ ହଡ଼ପ କରିବାକୁ ପଛାଉ ନାହାନ୍ତି। ଏଥିଯୋଗୁ ବିକାଶମୂଳକ କାର୍ଯ୍ୟ ଅନେକାଂଶରେ ବାଧାପ୍ରାପ୍ତ ହେବା ସହିତ ରାଜକୋଷରୁ ବହୁ ଅର୍ଥ ବାଟମାରଣା ହେଉଛି। ଏପରି କି ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାର ଅର୍ଥ ଏବଂ ଭତ୍ତାକୁ ମଧ୍ୟ ହଡ଼ପ କରାଯାଉଛି। କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟରେ ଏଭଳି ତଥ୍ୟ ପଦାକୁ ଆସିଛି।
ମଙ୍ଗଳବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସାଧାରଣ ଓ ସାମାଜିକ କ୍ଷେତ୍ର ଉଦ୍ୟୋଗ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ କୁହାଯାଇଛି ଯେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାରେ ବ୍ୟାପକ ଅନିୟମିତତା ହେଉଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ଅନୁକମ୍ପା ଦେଖାଇ ୨.୩୨ କୋଟି ଟଙ୍କାର ଲାଇସେନ୍ସ ଫି’ ବେଆଇନ ଭାବେ ପ୍ରଦାନ କରିଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ସରକାରୀ ଅର୍ଥ ଆତ୍ମସାତ, ବାର୍ଦ୍ଧକ୍ୟଭତ୍ତା ହଡ଼ପ ଭଳି ସଙ୍ଗିନ ତଥ୍ୟ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଏପରି କି ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ହଡ଼ପ କରାଯାଇଛି। ୯ଟି ପଞ୍ଚାୟତ ସମିତିର ୧୯ଟି ଗ୍ରାମପଞ୍ଚାୟତରେ ୭୨ଟି ଗ୍ରାମରେ ମୃତକଙ୍କ ନାମରେ ଭତ୍ତା ବଣ୍ଟନ କରାଯାଇଛି।
୧୦ଟି ଜିଲାର ୮୯ଟି ବ୍ଲକର ବିକାଶ କରିବା ଲାଗି ଡବ୍ଲ୍ୟୁଓଡିସି ଗଠନ କରାଯାଇଥିଲା। ରାଜ୍ୟ ସରକାର ଏହି ସଂସ୍ଥାର ଦାୟିତ୍ୱ ୨୬ ଜଣିଆ ସଦସ୍ୟଙ୍କ ଉପରେ ନ୍ୟସ୍ତ କରିଛନ୍ତି। ତେବେ ବିକାଶ ପରିବର୍ତ୍ତେ ଏହି ସଂସ୍ଥା ଅନିୟମିତତାରେ ଉବୁଟୁବୁ ହେଉଛି। ଜଳସେଚନ ପ୍ରକଳ୍ପକୁ ଅଗ୍ରାଧିକାର ଦିଆ ନ ଯାଇ ଅନ୍ୟ ପ୍ରକଳ୍ପ ପାଇଁ ଡବ୍ଲ୍ୟୁଓଡିସି ଅର୍ଥ ଅଯଥାରେ ବ୍ୟୟ କରାଯାଇଛି। ୨୦୧୫ରୁ ୨୦୧୮ ମଧ୍ୟରେ ରାଉରକେଲା ମହାନଗର ନିଗମକୁ ଗୋଷ୍ଠୀକେନ୍ଦ୍ର ନିର୍ମାଣ କରିବାକୁ ୩.୦୩ କୋଟି ଟଙ୍କା ଦିଆଯାଇଥିବା ବେଳେ ସେହି ଅର୍ଥ ସ୍ମାର୍ଟ ସିଟି ପାଇଁ ଖର୍ଚ୍ଚ ହୋଇଛି । ୨୦୧୮ସୁଦ୍ଧା ୨୬୯୦ ପ୍ରକଳ୍ପର କୌଣସି ଅଡିଟ୍‌ ଡବ୍ଲ୍ୟୁଓଡିସି ଦ୍ୱାରା କରାଯାଇ ନ ଥିବା ସିଏଜି ଉଲ୍ଲେଖ କରିଛନ୍ତି। ୨୦୦୪ରୁ ୨୦୧୮ ମଧ୍ୟରେ ଡବ୍ଲ୍ୟୁଓଡିସି ୨୭,୯୧୦ ପ୍ରକଳ୍ପରୁ ୧୦୦୯ ପ୍ରକଳ୍ପ ପାଇଁ ୬୧.୧୫ କୋଟି ଟଙ୍କା ବେଆଇନ ଭାବେ ଆବଣ୍ଟନ କରିଥିବା ରିପୋର୍ଟରେ କୁହାଯାଇଛି। କେବଳ ଡବ୍ଲ୍ୟୁଓଡିସି ନୁହେଁ ବିଭିନ୍ନ ବିଭାଗର କାର୍ଯ୍ୟ ବିଳମ୍ବ ଯୋଗୁ ରାଜ୍ୟକୁ ବହୁ କ୍ଷତି ସହିବାକୁ ପଡିଛି। ରାଜ୍ୟର ୪ଟି ସ୍ଥାନରେ ସୌର ପ୍ରକଳ୍ପ ସ୍ଥାପନ କରିବାକୁ କେନ୍ଦ୍ର ସରକାର ୩୮.୧୦ କୋଟି ପ୍ରଦାନ କରିଥିଲେ। ଜମି ଅଧିଗ୍ରହଣ ହୋଇ ନ ପାରିବାରୁ ସେହି ଅର୍ଥ ୩ ବର୍ଷ ଯାଏ ବିନିଯୋଗ ନ ହୋଇ ପଡି ରହିଥିଲା। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିମ୍ନମାନର ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଠିକାଦାରଙ୍କ ଠାରୁ ୯ କୋଟି ଟଙ୍କା ଆଦାୟ କରିବାରେ ବିଫଳ ହୋଇଥିଲା। ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ବ୍ୟାଙ୍କ ଖାତା ସହିତ କ୍ୟାଶ ବହିର ମେଳ କରାଗଲାବେଳେ ୧.୦୩ କୋଟି ଟଙ୍କା ଆତ୍ମସାତ ହୋଇଥିବା ସିଏଜି ରିପୋର୍ଟରେ କହିଛନ୍ତି। ୯ଟି ପଞ୍ଚାୟତ ସିମିତି ଅଧୀନ ୭୨ଟି ଗ୍ରାମର ୧୫୦ ଜଣ ମୃତ ହିତାଧିକାରୀଙ୍କ ନାମରେ ୨.୭୯ ଲକ୍ଷ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଆତ୍ମସାତ୍‌ କରାଯାଇଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri