ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୦ା୩(ଡି.ଏନ୍‌.ଏ.): ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ (ଓଡି ୦୨ଆର-୩୬୭୭) ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୩ ଜଣ ଗୁରୁତର ହୋଇଛନ୍ତି। ଦାରିଙ୍ଗବାଡ଼ି ଥାନା ଜାତୀୟ ରାଜପଥର ଡୋକାଡାଉ ବୁଲାଣିରେ ଦୁର୍ଘଟଣା ଘଟିଛି। ଗୁରୁତରମାନଙ୍କ ମଧ୍ୟରେ ରାତ୍ନୀ ଭୋଇ, ବୀର ଭୋଇ,ସୁଦାମ ଭୋଇଙ୍କୁ ପୋଲିସ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ପଠାଇଛି।

ପ୍ରକାଶ ଯେ, ବ୍ରହ୍ମପୁରରୁ ଜଣେ ଯୁବତୀଙ୍କ ମୃତଦେହ ନେଇ ଆମ୍ବୁଲାନ୍ସଟି ୫୯ନଂ ଜାତୀୟ ରାଜପଥର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ବାଲିଗୁଡ଼ା ବ୍ଲକ ଲଣ୍ଡାଗାଁ ଅଞ୍ଚଳକୁ ଯାଉଥିଲା। ରାତି ଅନିଦ୍ରା ଥିବାରୁ ଆମ୍ବୁଲାନ୍ସ ଚାଳକଙ୍କ ଆଖି ଲାଗିଯାଇଥିଲା। ଏକ ବୁଲାଣି ରାସ୍ତାର ଓ୍ବାଲରେ ଯାଇ ପିଟି ହୋଇଥିଲା। ଫଳରେ ମୃତଦେହ ସାଥିରେ ଥିବା ସମ୍ପର୍କୀୟ ଗୁରୁତର ହୋଇଥିଲେ। ଖବର ପାଇ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ସେଠାକୁ ପୋଲିସ ଟିମ୍‌ ପଠାଇ ଗୁରୁତରଙ୍କୁ ଉଦ୍ଧାର କରି ଅନ୍ୟ ଆମ୍ବୁଲାନ୍ସରେ ବାଲିଗୁଡ଼ା ପଠାଇଥିଲେ। ସେହିପରି ଅନ୍ୟ ଏକ ଗାଡ଼ିର ବ୍ୟବସ୍ଥା କରି ମୃତଦେହକୁ ଲଣ୍ଡାଗାଁ ପଠାଯିବା ବ୍ୟବସ୍ଥା କରାଯାଉଥିବା ତଦନ୍ତକାରୀ ଅଧିକାରୀ ଅର୍ଜୁନ ଶବର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ଘର ଆଗରେ ପୁଅ ସହ ଧାରଣାରେ ବସିଲେ ସ୍ତ୍ରୀ’

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି ଦ୍ୱିତୀୟ...

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ

କୋରାପୁଟ,୨୫।୧୨(ଅମିତାଭ ବେହେରା): କୋରାପୁଟ ଭଳି ଏକ ଆଦିବାସୀ ପଛୁଆ ଜିଲାର ଝିଅ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ବିୟୁଟି କଣ୍ଟେଷ୍ଟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି...

ଅଢେଇ ବର୍ଷର ବିଷ୍ମୟ ବାଳକ: ପ୍ରାଞ୍ଜଳ ଭାବେ କହୁଛନ୍ତି ମନ୍ତ୍ରପାଠ ଓ ଦେଶ ବିଦେଶ କଥା

କେନ୍ଦୁଝର,୨୫।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ବୟସ ମାତ୍ର ଅଢେଇ ବର୍ଷ। ମନ୍ତ୍ରପାଠ, ସାଧାରଣ ଜ୍ଞାନ ହେଉ ଅବା ଦେଶର ଜାତୀୟ ପ୍ରତୀକ କିମ୍ବା ବିଶିଷ୍ଟ ବ୍ୟକ୍ତି...

ଦାଉ ସାଧିଛି ଅଦିନିଆ ବର୍ଷା: କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ତହସିଲଦାର

ଗଞ୍ଜାମ, ୨୫।୧୨(ବିଦ୍ୟାଧର ସାହୁ): ଗତ କିଛି ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ପାଚିଲା ଧାନ ଅମଳ କରି ଘରକୁ ଆଣିବା ସମୟରେ...

ଲାଗି ରହିଛି ଲଘୁଚାପଜନିତ ଲଗାଣ ବର୍ଷା: ବିଲ ଓ ମଣ୍ଡିରେ ଭିଜିଲା ଧାନ

କୋକସରା,୨୫।୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରେ ଲଘୁଚାପଜନିତ ବର୍ଷା ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଲାଗି ରହିଛି। ବ୍ଲକରେ ମଙ୍ଗଳବାର ରାତିରୁ ବୁଧବାର ସକାଳ...

ଝାଡଖଣ୍ଡ ନା ଦିଲ୍ଲୀ…ରଘୁବରଙ୍କୁ ବଡ଼ ଦାୟିତ୍ୱ!

ନୂଆଦିଲ୍ଲୀ,୨୫।୧୨: ଓଡିଶାରେ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସଙ୍କୁ ନେଇ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଏନେଇ ଅନେକ ରାଜନୈତିକ...

ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବା ଉଚିତ୍, ଦାବି କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୧୨: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ସେହିପରି ବିହାର ମୁଖ୍ୟମନ୍ତ୍ରୀ...

ସ୍ତ୍ରୀକୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ବାମୀ

କଟକ, ୨୫।୧୨: ସ୍ତ୍ରୀକୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ବାମୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ଘଟିଛି କଟକ ଜିଲା ଲାଲ୍‌ବାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri