ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ପଶିଗଲା ଖାଲରେ

ଗଞ୍ଜାମ,୨୭ା୧୦(ଡି.ଏନ୍‌.ଏ.): ମଙ୍ଗଳବାର ବିଳମ୍ବିତ ରାତିରେ ଗୋଟିଏ ୧୦୮ ଆମ୍ବୁଲାନ୍ସ ରାସ୍ତା ପାର୍ଶ୍ୱ ଖାଲରେ ପଶି ଯାଇଥିଲା। ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନାନୁଯାୟୀ, ୧୦୮ ଆମ୍ବୁଲାନ୍ସଟି ବ୍ରହ୍ମପୁରରୁ ରୋଗୀ ନେଇ କଟକ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଅନ୍ୟ ଗାଡ଼ି ସାହାଯ୍ୟରେ ରୋଗୀଙ୍କୁ ହସ୍ପିଟାଲ ପଠାଯାଇଛି।

Share