ଆନନ୍ଦପୁର,୨୦ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ନିକଟସ୍ଥ ବାଲିଯୋଡ଼ି ନିକଟରେ ଏକ ଟ୍ରକ୍ ପଛରେ ୧୦୮ ଆମ୍ବୁଲାନ୍ସ ଧକ୍କା ଦେଇଛି। ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ବେଳେ ଅନ୍ୟ ଦୁଇ ସୁରକ୍ଷିତ ଥିବା ସୂଚନା ମିଳିଛି। କଟକରୁ ରୋଗୀ ଛାଡ଼ି କେନ୍ଦୁଝର ଫେରିବା ସମୟରେ ଦୁର୍ଘଟଣା ଘଟିଛି। ରାତି ଅନିନ୍ଦ୍ରା ଯୋଗୁ ଆମ୍ବୁଲାନ୍ସ ଚାଳକଙ୍କ ଆଖି ଲାଗିଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆମ୍ବୁଲାନ୍ସରେ ଚାଳକ, ସୁପରଭାଇଜର ଓ ସ୍ବାସ୍ଥ୍ୟ କର୍ମୀ ଥିଲେ। ଆମ୍ବୁଲାନ୍ସ ଚାଳକ ଓ ସ୍ବାସ୍ଥ୍ୟ କର୍ମୀ ପଛରେ ଶୋଇଥିବାବେଳେ ସୁପରଭାଇଜର ଏହାକୁ ଚଳାଉଥିବା ଜଣାପଡ଼ିଛି।