ଆମ୍ବୁଲାନ୍ସ ଓଲଟି ଦୁଇ ଗୁରୁତର

ପଦ୍ମପୁର,୧୬।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ବିଜୟ ପାଟଣା ଛକ ନିକଟରେ ଏକ ଘରୋଇ ଆମ୍ବୁଲାନ୍ସ ମଙ୍ଗଳବାର ଓଲଟି ପଡ଼ିଛି। ଏଥିରେ ବସିଥିବା ପୂର୍ଣ୍ଣପ୍ରସାଦ ଗ୍ରାମର ମିନାଖୀ ଦାସ ତାଙ୍କ ପୁଅ ଶୁଭ୍ରାଂଶୁ ଦାସଙ୍କ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ମିନାକ୍ଷୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Share