ଗଞ୍ଜାମ,୨୦ା୮(ଡି.ଏନ୍.ଏ.): ଗଞ୍ଜାମ ସହର ସାନ ବଜାରଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଡିଭାଇଡରରେ ପିଟି ହୋଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ ସେହି ଗାଡ଼ିରେ ବସିଥିବା ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶୁକ୍ରବାର ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କ ଠାରୁ ସୂଚନା ମିଳିଛି। ଉକ୍ତ ଆମ୍ବୁଲାନ୍ସ ନଂ ଓଡି ୦୨ ବିଜେ ୯୭୦୧ ବ୍ରହ୍ମପୁର ଆଡୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି କିନ୍ତୁ କେଉଁଠାର ଆମ୍ବୁଲାନ୍ସ କେଉଁ ଗ୍ରାମର ରୋଗୀଙ୍କୁ ନେଇ ଆସୁଥିଲା ତାହା ଜଣାପଡ଼ିନି। ଅନ୍ୟପକ୍ଷରେ ୧୦୮ ସହ ଆମର କିଛି ସମ୍ପର୍କ ନାହିଁ କିମ୍ବା କୌଣସି ରିପୋର୍ଟ ଆମ ପାଖକୁ ଆସିନି ବୋଲି ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତର ବନୋଜକାନ୍ତ କର କହିଛନ୍ତି।