ପ୍ରିୟଙ୍କାଙ୍କୁ ବିବାହ ପରେ ଅନୁତାପ କରୁଛନ୍ତି ଆମେରିକୀୟ ସିଙ୍ଗର!

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ପାଞ୍ଚ ବର୍ଷ ହେବ ବିବାହ କଲେଣି। ଡିସେମ୍ବର ୨୦୧୮ରେ ଦୁହେଁ ରାଜସ୍ଥାନରେ ବିବାହ କରିଥିଲେ, ଯାହାକି ଏକ ଗ୍ରାଣ୍ଡ ଓ୍ବେଡିଂ ଥିଲା। ସେମାନେ ଯୋଧପୁରରେ ଏକ ପ୍ରାସାଦ ବୁକ କରିଥିଲେ ଯେଉଁଠାରେ ସେମାନେ ଭାରତୀୟ ତଥା ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ଭାରତରେ ନିଜ ବିବାହରେ ୩.୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ବର୍ତ୍ତମାନ ନିକ ଜୋନସ ତାଙ୍କ ଗ୍ରାଣ୍ଡ ଓ୍ବେଡିଂକୁ ନେଇ ଖୁବ ଅନୁତାପ କରୁଛନ୍ତି। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସେ ତାଙ୍କ ବିବାହ ବିଷୟରେ କହିଥିଲେ।
ନିକଟରେ ନିକ ତାଙ୍କ ଭାଇ କେଭିନ ଏବଂ ଜୋ ଜୋନସଙ୍କ ସହ ଏକ ଶୋ’ରେ ଯୋଗ ଦେଇଥିଲେ। ଯେଉଁଠାରେ ତାଙ୍କୁ ଲାଇ ଡିଟେକ୍ଟରରେ ଅନେକ ପ୍ରଶ୍ନ ପଚରାଯାଇଥିଲା। ଏହି ସମୟରେ ଯେତେବେଳେ ନିକ ଜୋନସଙ୍କୁ ପଚରାଯାଇଥିଲା ଯେ ତୁମର ବିବାହ ସମୟରେ ଯେକୌଣସି ସମୟରେ, ତୁମେ ଅନୁଭବ କରିଥିଲ କି ତୁମେ ବର୍ତ୍ତମାନ ବିବାହ ସମାପ୍ତ କରିଛ!
ବର୍ତ୍ତମାନ ନିକଙ୍କ ଏହି ଉତ୍ତର ଯୋଗୁଁ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ ସେ ତାଙ୍କ ବିବାହ ପାଇଁ ବିଲ୍‌କୁ ନେଇ ଅନୁତାପ କରିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ପ୍ରିୟଙ୍କା-ନିକ ସେମାନଙ୍କ ଘର ସମ୍ବନ୍ଧରେ କୋର୍ଟରେ ଏକ ମାମଲା ଦାୟର କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ଲସ ଏଞ୍ଜେଲସରେ ସେମାନଙ୍କ ବଙ୍ଗଳା ସମ୍ପର୍କରେ ଅଭିଯୋଗ କରିଥିଲେ। ସେ ତାଙ୍କ ରିପୋର୍ଟରେ ଲେଖିଛନ୍ତି ଯେ ସେ ଏହି ବଙ୍ଗଳାକୁ ୨୦୧୯ରେ ୧୬୫କୋଟିରେ କିଣିଛନ୍ତି। ଏହା ପରେ ଗତ କିଛି ଦିନ ହେବ ବଙ୍ଗଳାରେ ଓଦା ହେବାର ବା ଆର୍ଦ୍ରତା ଆସୁଥିବା ଅଭିଯୋଗ ଆସିଥିଲା। ସେ ଘର ବିକ୍ରି କରିଥିବା ଦଲାଲଙ୍କ ବିରୋଧରେ କୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ଘରେ ପାଣି ସମସ୍ୟା ଦେଖାଦେଇଥିଲା। ବଙ୍ଗଳାର ବାରବିକ୍ୟୁ ଅଞ୍ଚଳରେ ମଧ୍ୟ ଲଗାତାର ପାଣି ପଡୁଥିଲା। ଗତ କିଛି ଦିନ ହେବ ଏହି ଦମ୍ପତି ବହୁତ ଚିନ୍ତିତ ଥିଲେ। ଏବେ କୁହାଯାଉଛି ଯେ ଏହି ଦମ୍ପତି ଏହି ବଙ୍ଗଳା ଖାଲି କରିଛନ୍ତି।

Share