ବେତନଟୀ,୩ା୩ (ଡି.ଏନ୍.ଏ.)- ବେତନଟୀ ରେଳଷ୍ଟେଶନ ନିକଟରେ ରେଳଲାଇନ ମଧ୍ୟ ଦେଇ ଆନନ୍ଦ ବଜାରରୁ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଅଣ୍ଡରପାସ ରାସ୍ତା ହେବ। ଏନେଇ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ଦକ୍ଷିଣ ପୂର୍ବ ରେଳପଥ ଖଡଗପୁର ଡିଭିଜନର ଡିଆର୍ଏମ୍ଙ୍କ ମଧ୍ୟରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ଖୁବ୍ ଶୀଘ୍ର ରାସ୍ତା କାମ ଆରମ୍ଭ ପାଇଁ ଶିଳାନ୍ୟାସ ହେବ ବୋଲି ଏମ୍ପି ଷଡ଼ଙ୍ଗୀ ସୂଚନା ଦେଇଥିବା ବେତନଟୀ ଭାଜପା ମଣ୍ଡଳ ସଭାପତି ରାଜକିଶୋର ଶାହା କହିଛନ୍ତି।