Advertisement

‘ବିଦ୍ୟାର୍ଥୀମାନେ ମୋବାଇଲ ଫୋନଠାରୁ ଦୂରେଇ ରୁହନ୍ତୁ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ)- ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ପାଳିତ ହୋଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶବର ତରାଇ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଏବିଇଓ ବିଜୟ ବେହେରା, ଅନ୍ୟତମ ଅତିଥି ରୂପେ ଗ୍ରାସୀମ କମ୍ପାନୀ ଲୋକ ସମ୍ପର୍କ ସୂଚନା ଅଧିକାରୀ ସୁସ୍ମିତା ବେହେରା, ସମ୍ମାନିତ ଅତିଥି ରୂପେ ସିଆରସିସି ସନ୍ତୋଷ ତ୍ରିପାଠୀ, ରବୀନ୍ଦ୍ର ପଣ୍ଡା, ଏବିଇଓ ସଂଯୁକ୍ତା ବେହେରା, ଗ୍ରାମ୍ୟ କମିଟି ସଭାପତି ଅଭିରାମ ଗୌଡ଼, ପ୍ରଧାନ ଶିକ୍ଷକ ପଞ୍ଚାନନ ମହାଳିକ ପ୍ରମୁଖ ମଞ୍ଚାସୀନ ଥିଲେ। ସିଦ୍ଧାନ୍ତ ଶେଖର ପ୍ରଧାନ ସଂଯୋଜନା କରିଥିଲେ। ଭଲ ପାଠ ପଢି ମଣିଷ ହେବାକୁ ହେଲେ ବିଦ୍ୟାର୍ଥୀମାନେ ମୋବାଇଲ ଫୋନଠାରୁ ଦୂରେଇ ରହିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ସହକାରୀ ଶିକ୍ଷୟିତ୍ରୀ ସ୍ବପ୍ନାରାଣୀ ପଲେଇ, ପ୍ରଶାନ୍ତ ବେହେରା ଉତ୍ସବ ପରିଚାଳନା କରିଥିଲେ। ଏହି ଅବସରରେ ପିଲାଙ୍କ ମଧ୍ୟରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପରେ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: ganjam