୭୬ ବର୍ଷ ହେଲା ଭଡ଼ାଘରେ ଚାଲିଛି ଉପଡାକଘର

ଲାଠୋର,୧୭ା୬(ଭୁବନେଶ୍ବର ବାରିକ) ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ରୋଡ଼ରେ ରହିଥିବା ଉପଡାକଘର ୭୬ବର୍ଷ ହେଲା ଭଡ଼ା ଘରେ ଚାଲିଛି। ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନାହିଁ। ଫଳରେ ଆଜି ଏଠି ତ କାଲି ପୁଣି ଅନ୍ୟ କେଉଁଠି ଡାକଘର ଚାଲିଛି। ଗତ ୧୯୪୭ ମସିହାରେ ହରିଶଙ୍କର ରୋଡରେ ଏକ ଶାଖା ଡାକଘର ଖୋଲା ଗଲା ଏବଂ ୪ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ଗ୍ରାମ୍ୟ ସରକାରୀ ପ୍ରାଥମିକ ବିଦ୍ୟାଳୟର ଏକ ଛୋଟିଆ କୋଠରୀରେ କାମ ଆରମ୍ଭ କରାଗଲା। କାମ ଚାଲିବାର ୨୦ ବର୍ଷ ପରେ ୧୯୬୭ ମସିହାରେ ସଂପୃକ୍ତ ଶାଖା ଡାକଘର ଉପ ଡାକଘର ମାନ୍ୟତା ପାଇଲା। ମାନ୍ୟତା ପାଇବା ପରେ ଏହି ଡାକଘର ଅଧୀନରେ ଅଞ୍ଚଳର ମାଲପଡା, ବେନ୍ଦେର, ଫୁଲକିମୁଣ୍ଡା, ସୁନାମୁଦି, ଟଙ୍କପାଣି, ବଡ଼ ଡକଲା, ଘୁନେଶ, ଢୋଲମାନ୍ଦଲ ଏବଂ ମହୁଲପାଟି ଗ୍ରାମମାନଙ୍କୁ ସମୁଦାୟ ୯ ଗୋଟି ଶାଖା ଡାକଘର ଖୋଲି ସେଠାରେ ମଧ୍ୟ କର୍ମଚାରୀ ନିଯୁକ୍ତି ଦେଇ ଶତାଧିକ ଗ୍ରାମର ଅଧିବାସୀଙ୍କୁ ଡାକ ସେବା ଯୋଗାଇବା ବ୍ୟବସ୍ଥା କରାଗଲା। ଫଳରେ ଉପ ଡାକଘର କାମ ବଢିବା ହେତୁ ବିଦ୍ୟାଳୟରେ ଚାଲିଥିବା ଉପ ଡାକଘରକୁ ଜାଗା କୁଳାଇଲା ନାହିଁ। ବାଧ୍ୟହୋଇ ସେଠାରୁ ଡାକଘରକୁ ଗ୍ରାମର ସ୍ବର୍ଗତ ତେଜୁରାମ ଅଗ୍ରୱାଲଙ୍କ ଭଡ଼ା ଘରକୁ ସ୍ଥାନାନ୍ତରଣ କରାଗଲା। ଧୀରେ ଧୀରେ ଲୋକ ଶିକ୍ଷିତ ହେଲେ ଡାକଘର ଉପରେ ଅଧିକ ଲୋକ ନିର୍ଭର କଲେ, କାମ ମଧ୍ୟ ବଢ଼଼ି ଚାଲିଲା। ହେଲେ ଡାକ ବିଭାଗ ନିଜସ୍ବ ଘର ନିର୍ମାଣ କରିବା ପରିବର୍ତ୍ତେ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଉପ ଡାକଘରକୁ ସେଠାରୁ ପୁଣି ୧୯୮୭ ମସିହାରେ ଲାଠୋର ସେବା ସମବାୟ ସମିତି ସମ୍ମୁଖରେ ରହିଥିବା ଅବଧୂତ ନାଏକଙ୍କ ଭଡ଼ା ଘରକୁ ଡାକଘର ଉଠେଇ ନେଲେ। ସେଠାରେ ଦୀର୍ଘ ୨୬ ବର୍ଷ ଡାକଘର ଚାଲିବା ପରେ ଘର ମାଲିକ ଘର ଛାଡ଼ିବା ପାଇଁ କହିବାରୁ ଡାକଘର କର୍ତ୍ତୃପକ୍ଷ ଗତ ୨୫ ଫେବୃୟାରୀ ୨୦୧୩ ମସିହାରୁ ଆଜିଯାଏ ଲାଠୋର ପ୍ରାଣୀ ଚିକିତ୍ସା କେନ୍ଦ୍ର ସମ୍ମୁଖରେ ରହିଥିବା ବିଶ୍ୱନାଥ ଦତ୍ତଙ୍କ ଭଡ଼ା ଘରେ ୧୦ବର୍ଷ ହେବ ହରିଶଙ୍କର ରୋଡ ଉପଡାକଘର ଚାଲିଛି। ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଡାକଘର ସ୍ଥାନ ପରିବର୍ତ୍ତନ କରୁଥିବା ହେତୁ ଏଠାରେ ସ୍ଥାୟୀ ଭାବେ ଡାକଘର ରହିବ ନା ପୁଣି କାଲି ଅନ୍ୟ କୌଣସି ସ୍ଥାନକୁ ପରିବର୍ତ୍ତନ ହେବ ସେନେଇ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି। ୧୯୮୦ ମସିହାରେ ଅଞ୍ଚଳର ଜନସାଧାରଣ ଡାକଘର ନିର୍ମାଣ ସକାଶେ ସରକାରୀ ଜାଗା ପ୍ରଦାନ କରିବା ପାଇଁ ତତ୍କାଳୀନ ପାଟଣାଗଡ଼ ତହସିଲଦାରଙ୍କ ଠାରେ ଦାବି ଉପସ୍ଥାପନ କରିଥିଲେ ସୁଦ୍ଧା ଆଜିଯାଏ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଲାଠୋର ଗ୍ରାମର କିଛି ଲୋକ ପ୍ରକାଶ କରିଛନ୍ତି। ଦୀର୍ଘ ୭୬ ବର୍ଷ ମଧ୍ୟରେ ଡାକ ବିଭାଗ ଡାକଘର ଚଳାଇବା ପାଇଁ ଭଡ଼ା ଘରେ ଯେତିକି ଟଙ୍କା ବ୍ୟୟ କରିଛି ସେତିକି ଟଙ୍କାରେ ନିଜସ ଗୃହ ନିର୍ମାଣ ହୋଇପାରିଥାନ୍ତା। ଅଯଥାରେ ସରକାରୀ ପଇସା ଖର୍ଚ୍ଚ କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଉଛି। ଦିନକୁ ଦିନ ଯୁଗ ପରିବର୍ତ୍ତନ ସହ ବିଭିନ୍ନ ପ୍ରକାର ଡିଜିଟାଲ ମାଧ୍ୟମ ବାହାରିଥିଲେ ମଧ୍ୟ ଆଜିବି ଡାକଘରେ ଲୋକଙ୍କ କାମ ପଡୁଛି। ଏନେଇ ପୋଷ୍ଟ ମାଷ୍ଟର ଆକାଶ କୁମାର ପାଣିଗ୍ରାହୀଙ୍କୁ ପଚାରିବାରେ ଯେଉଁଠି ସରକାରୀ ଗୃହ ନାହିଁ ସେଠାର ଭଡ଼ା ଘରେ ଡାକଘର ଚାଲିଛି। ବାକି କଥା ଉପରିସ୍ଥ ଅଧିକାରୀ କହି ପାରିବେ ବୋଲି କହିଥିଲେ। ତେବେ ଡାକ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳସମ୍ପଦର ସୁରକ୍ଷା ପାଇଁ ଶପଥ ପାଠ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ପରିସରରେ ରବିବାର ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ...

ଦୁଇ ବାଇକ୍‌ ମୁହାଁମୁହିଁ, ଚାଲିଗଲା ଦୁଇ ଜୀବନ 

ନବରଙ୍ଗପୁର,୨୨।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହର ଗ୍ଲେଜ ହୋଟେଲ ସମ୍ମୁଖ ରାସ୍ତାରେ ଦୁର୍ଘଟଣା ଘଟି ୨ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ବଡ଼ଡାଇଭଟ୍ଟା ଅଞ୍ଚଳର...

ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ସଜେଇ ହେଉଛି ସହର

ରାୟଗଡ଼ା,୨୨।୧୨(ଆଶିଷ ରଞ୍ଜନ ପଣ୍ଡା)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୨୬ରେ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ...

ରାତ୍ର ଜଗୁଆଳିଙ୍କ ଭରସାରେ ଅବକାରୀ ଥାନା: ଖବର ପ୍ରକାଶ ପରେ ମଧ୍ୟ ଅବକାରୀ ବିଭାଗର ଭାଙ୍ଗୁନି ନିଦ

ଥୁଆମୂଳ ରାମପୁର,୨୨।୧୧(ଦୁର୍ଗା କୀର୍ତ୍ତି) କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଥିବା ଅବକାରୀ ଅଫିସ ବାହାର ଓ ଭିତର ଗେଟ ପ୍ରାୟ ଅଧିକାଂଶ ମାସ ହେବ...

ଦୁର୍ବଳ ହେଉଛି ସଙ୍ଗଠନ: ଧରାପଡ଼ିଲେ ୧୩ ମାଓବାଦୀ

ମାଲକାନଗିରି,୨୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାର ଦୁଇଟି ସ୍ଥାନରୁ ୮ ଓ ସୁକମା ଜିଲା ପୋଲିସ ଦ୍ୱାରା ୪ ଲକ୍ଷ ପୁରସ୍କାର ଘୋଷିତ ୫ ମୋଟ...

ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ। ଏନେଇ ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ।...

ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ଶ୍ୱେତାଶ୍ରୀ: ଜିତିଲେ ସ୍ବର୍ଣ୍ଣପଦକ

ଛତ୍ରପୁର,୨୨ା୧୨(ଦିଲୀପ ସାମଲ): ଭୁବନେଶ୍ୱର ସି. ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପଞ୍ଚମ ସମାବର୍ତ୍ତନ ଉତ୍ସବରେ ବିଟେକ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ ଛତ୍ରପୁରର ଶ୍ୱେତାଶ୍ରୀ ଶତପଥୀ...

ବର୍ଷା ଉଜାଡ଼ିଲା ମୁଗ ଫସଲ

ଧରାକୋଟ,୨୨ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୁଇଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଧରାକୋଟ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଏକର ଏକର ଜମିରେ ପାଣି ଜମି ରହିଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri