Categories: ଜାତୀୟ

ସ୍ବାତୀ ମାଲିଓ୍ବାଲଙ୍କ ଇସ୍ତଫା ଦାବିକଲା ଆପ୍‌

ନୂଆଦିଲ୍ଲୀ,୧୮ା୯:ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ମନୋନୀତ ହୋଇଥିବା ଆତିଶୀଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବା ଦଳର ରାଜ୍ୟ ସଭା ସଦସ୍ୟ ସ୍ବାତୀ ମାଲିଓ୍ବାଲଙ୍କୁ ଇସ୍ତଫା ଦେବା ପାଇଁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) କହିଛି। ସ୍ବାତୀଙ୍କୁ ଆପ୍‌ ରାଜ୍ୟ ସଭାକୁ ପଠାଇଥିବାବେଳେ ସେ ଭାଜପାର ଲେଖାକୁ ପଢ଼ୁଛନ୍ତି। ତାଙ୍କର ସାମାନ୍ୟ ଲଜ୍ଜାବୋଧ ଥିଲେ, ସେ ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ଭାଜପା ଟିକେଟରେ ନିମ୍ନ ସଦନକୁ ଯିବା ଆବଶ୍ୟକ ବୋଲି ଆପ୍‌ ନେତା ଦିଲୀପ ପାଣ୍ଡେ କହିଛନ୍ତି। ଆତିଶୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯିବା ପରେ ସ୍ବାତୀ ତାଙ୍କ ବିରୋଧରେ କଡ଼ା ମନ୍ତବ୍ୟ ଦେଇଥିଲେ। ଆତଙ୍କବାଦୀ ଅଫଜଲ ଗୁରୁଙ୍କୁ ଫାଶୀରୁ ବଞ୍ଚାଇବା ପାଇଁ ଆତିଶୀଙ୍କ ମାଆବାପା ଉଦ୍ୟମ କରିଥିଲେ। ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ମନୋନୀତ କରାଯିବା ଦିଲ୍ଲୀ ପାଇଁ ଦୁଃଖଦ ଦିନ ବୋଲି ସ୍ବାତୀ କହିଥିଲେ।

Share