Categories: ଜାତୀୟ

ସେଣ୍ଟ୍ରାଲ ଭିଷ୍ଟା ପ୍ଲଟ୍‌ ବିରୋଧରେ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୪।୧୧: ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ନିର୍ମାଣ ହେବାକୁ ଥିବା ସରକାରୀ ବାସଗୃହ ଲାଗି ବ୍ୟବହୃତ ପ୍ଲଟ(ଜମି) ପରିବର୍ତ୍ତନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ଏହା ସରକାରୀ ନିଷ୍ପତ୍ତି ହୋଇଥିବାରୁ ଆବେଦନକାରୀ ଏଥିରେ ଦୁର୍ଭାବନାପୂର୍ଣ୍ଣ ଉଦ୍ଦେଶ୍ୟ ରଖିପାରିବେ ନାହିଁ। ପିଟିଶନର ଶୁଣାଣି ପାଇଁ ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି। ରାଷ୍ଟ୍ରପତି ଭବନଠାରୁ ଇଣ୍ଡିଆ ଗେଟ୍‌ ମଧ୍ୟରେ ୩ କିଲୋମିଟର ବ୍ୟାପୀ ଅଞ୍ଚଳରେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ଗତ ଜାନୁୟାରୀରେ ସୁପ୍ରିମକୋର୍ଟ ମଞ୍ଜୁରୀ ପ୍ରଦାନ କରିଥିଲେ। ଏଥିରେ ନୂଆ ପାର୍ଲାମେଣ୍ଟ ଭବନ ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଲାଗି ନିର୍ମାଣ କାର୍ଯ୍ୟ ଚାଲିଛି।

Share