Categories: Uncategorized

ସିସୋର୍‌ ଚିଟ୍‌ଫଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କ ଆବେଦନ ଖାରଜ

କଟକ,୧୫।୭ (କାର୍ତ୍ତିକ ସାହୁ): ସିସୋର୍‌ ଚିଟ୍‌ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ପ୍ରଶାନ୍ତଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ଥିବା ୧୯ଟି ମାମଲା ସିବିଆଇ ଅଦାଲତରେ ଶୁଣାଣି ପାଇଁ ପ୍ରଶାନ୍ତ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ମାମଲାର ଶୁଣାଣି କରି ପ୍ରଶାନ୍ତଙ୍କ ବିରୋଧରେ ଥିବା ୧୯ଟି ମାମଲା ସିବିଆଇ ଅଦାଲତକୁ ଯାଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ସିସୋର୍‌ ଚିଟଫଣ୍ଡ୍‌ ମାମଲାରେ ପ୍ରଶାନ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ ୪୧ଟି ମାମଲା ରୁଜୁ ହୋଇଥିଲା। ସିବିଆଇ ଚିଟ୍‌ଫଣ୍ଡ ମାମଲାର ତଦନ୍ତ ଦାୟିତ୍ୱ ହାତକୁ ନେବାପରେ ତନ୍ମଧ୍ୟରୁ ୨୨ଟି ମାମଲା ହାତକୁ ନେଇଥିଲା। ଆଉ ୧୯ଟି ମାମଲା ଓଡ଼ିଶାର ବିଭିନ୍ନ ଥାନାରେ ରହିଛି। ଓଡ଼ିଶା ପୋଲିସ ହାତରେ ଥିବା ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର ପାଇଁ ପ୍ରାର୍ଥନା କରି ପ୍ରଶାନ୍ତ ଦାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏଥିସହ ତାଙ୍କ ବିରୋଧରେ ଥିବା ସମସ୍ତ ମାମଲାର ଟ୍ରାଏଲ ସିବିଆଇ ଅଦାଲତରେ କରିବାକୁ ସେ ପ୍ରାର୍ଥନା କରିଥିଲେ।