Posted inଫୁରସତ

ଦର୍ଶକଙ୍କ ତାଳି ମୋ ପାଇଁ ଭାତଥାଳି: ବ୍ରଜ ବିହାରୀ ସୁବୁଦ୍ଧି

ପେସାରେ ସେ ଜଣେ ଶିକ୍ଷକ । ମାତ୍ର ନିଶାରେ ସେ ଶିଶୁସାହିତି୍ୟକ, ବ୍ୟଙ୍ଗକବି, ହାସ୍ୟ ଅଭିନେତା, ଆକାଶବାଣୀ ଓ ଦୂରଦର୍ଶନର କଳାକାର। ଏକାଧିକ ଘରୋଇ ଟିଭି, ରେଡିଓ, ସିରିଏଲ ଓ ସିନେମାରେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଭିନ୍ନ ପରିଚୟ ସୃଷ୍ଟିକରିପାରିଛନ୍ତି। ଦୀର୍ଘ ଦୁଇଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟିଉଠିଛି ବହୁ ବ୍ୟଙ୍ଗ ଓ ହାସ୍ୟ ରସପୂର୍ଣ୍ଣ ଶିଶୁ ହାସ୍ୟକବିତା । ବିଶେଷକରି ସାମାଜରେ ଘଟୁଥିବା ବିଭିନ୍ନ କୁସଂସ୍କାରକୁ ଦୂର କରିବା ପାଇଁ ବ୍ୟଙ୍ଗାତ୍ମକ ଲେଖାରେ ଜନସଚେତନ ସୃଷ୍ଟି କରିଥାନ୍ତି। ତାଙ୍କର ବହୁମୁଖୀ ପ୍ରତିଭାକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ବ୍ରଜ ବିହାରୀ ସୁବୁଦ୍ଧି । ଜନ୍ମ ୭ା୧ା୧୯୬୮ମସିହାରେ। ମାତା ଲକ୍ଷ୍ମୀପ୍ରିୟା ସୁବୁଦ୍ଧି, ପିତା ଭ୍ରମରବର ସୁବୁଦ୍ଧି। ଘର ଖୋର୍ଦ୍ଧା ଜିଲାର ବୋଲଗଡ଼ ବ୍ଲକ ଅନ୍ତର୍ଗତ କପାସିଆ ଗାଁରେ। ସେ କୁହନ୍ତି, ଆମର ଏକ ଶିକ୍ଷକ ପରିବାର। ପରିବାରରେ ଆମେ ୬ ଭାଇ, ମୋର ଗୋଟିଏ ଭଉଣୀ। ବଡ଼ଭାଇ ଶିକ୍ଷକ, ସାନଭାଇ ଡାକ୍ତର, ଭାଉଜ, ସାନବୋହୂ ଶିକ୍ଷୟିତ୍ରୀ। ସେତେବେଳେ ଜେଜେ ଓ ବଡ଼ଭାଇ ଗାଁ ଡ୍ରାମାରେ ଅଭିନୟ କରୁଥିଲେ । ମତେ ଡ୍ରାମା ଦେଖିବାକୁ ଭଲ ଲାଗେ ଓ ଭାରି ଇଛା ହୁଏ ଅଭିନୟ କରିବାକୁ। ଦିନେ ଏମିତି ପରିସ୍ଥିତି ହେଲା ମତେ ଅଭିନୟ କରିବାର ସୁଯୋଗ ମିଳିଲା। ତା’ପରଠାରୁ ଯେବେ ଡ୍ରାମା ହୁଏ ହାସ୍ୟ ଅଭିନେତା ଭାବେ ଅଭିନୟ କରେ। ଗାଁ ସ୍କୁଲରେ ୧ମରୁ ୫ମ, ତା’ପରେ ୬ରୁ୧୦ମ ବାମନ ଉଚ୍ଚବିଦ୍ୟାଳୟ ବୋଲଗଡ଼ରେ ପଢ଼ାସାରି ୧୯୮୬ମସିହାରେ ରାଜସୁନାଖଳା କଲେଜରେ ଯୁକ୍ତ୨ପଢିଲି। ସେହି କଲେଜ ଡ୍ରାମାରେ ବି ହାସ୍ୟ ଅଭିନେତା ଭାବେ ଅଭିନୟ କରିଥିଲି। ସେଦିନ ବିଚାରକ ଭାବେ ଥିବା ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଦୁଃଖୀରାମ ସ୍ବାଇଁଙ୍କଠାରୁ ମୁଁ ପୁରସ୍କାର ମଧ୍ୟ ଗ୍ରହଣ କରିଥିଲି। ଯାହା ମୋତେ ବେଶ୍‌ ପ୍ରେରଣା ଦେଇଥିଲା। ଥରେ କଲେଜ ମାଗାଜିନ ପାଇଁ ଲେଖାଟିଏ ଦେବାକୁ ଗୋଟିଏ କବିତା ଲେଖିଥିଲି। ଯେବେ ଛାପା ଅକ୍ଷରରେ ମୋର ଗାଁ ସହ ସେହି ଲେଖାଟି ପ୍ରକାଶିତ ହୋଇଥିବାର ଦେଖିଲି ଭାରିଖୁସି ଲାଗିଲା। ପୁଣିସାଙ୍ଗମାନଙ୍କ ନାଁରେ ପଠେଇ ଥିବା ଏକାଧିକ କବିତା ସେହି ମାଗାଜିନରେ ବାହାରିଥିବାରୁ ସାଙ୍ଗମାନେ ଖୁସି ହେବା ସହ ନିଜେ ଖୁସି ହୋଇଥିଲି। ପରବର୍ତ୍ତୀ ସମୟରେ ନିଜ ଲେଖାଗୁଡ଼ିକୁ ସାଇତି ହାସ୍ୟକବିତା ସଂକଳନ-ସାଂଘାତିକ କିଳା, ହାସ୍ୟ ଶିଶୁକବିତା ସଂକଳନ ‘ଗୀତରେ ଗପକହେ’, ‘ରାଜନୀତିରେ ପଲିଟିକ୍ସ, ‘ବ୍ୟଙ୍ଗହାବେଳି’ ଆଦି ପୁସ୍ତକ ପ୍ରକାଶିତ ହୋଇସାରିଛି। ୧୯୯୧ମସିହାରେ ଆକାଶବାଣୀ ବିବିଧ ଭାରତୀର ଅନ୍ବେଷଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲି। ଆକାଶବାଣୀରୁ ନିମନ୍ତ୍ରଣ ପାଇ ପ୍ରଥମକରି ସେତେବେଳେ କଟକ ଯାଇଥିଲି, ବାଦାମବାଡ଼ିରେ ଜଣେ ଅଣଓଡ଼ିଆ ରିକ୍ସାବାଲା ହାବୁଡ଼ରେ ପଡ଼ିଗଲି । ରେଡିଓ ଷ୍ଟେଶନକୁ ଯିବାକୁ ତାଙ୍କୁ କହିଲି, ହେଲେ ସେ ମୋତେ ରେଡିଓ ଷ୍ଟେଶନରେ ଓହ୍ଲାଇଦେବ କ’ଣ, ମତେ ନେଇ ରେଲଓ୍ବେ ଷ୍ଟେଶନରେ ଓହ୍ଲେଇ ଦେଲେ। ଏକଥା ମୁଁ ଏଯାଏ ଭୁଲି ପାରିନି। ୧୯୯୪ରୁ ଆକାଶବାଣୀ କଟକ କେନ୍ଦ୍ରର-ଶିଶୁସଂସାର,ଚକାଚକା ଭଉଁରି, ଧ୍ୱନି, ଯୁବବାଣୀ, ଚହଟଚମ୍ପାରେ ଭାଗନେଇ ଆସିଛି। ଆକାଶବାଣୀ ହେଉଛି ମୋର ଗୁରୁ। ନିୟମିତ ରେଡିଓ ଶୁଣେ, ରେଡିଓକୁ ଭୁଲି ପାରେନା। ଏଠାରେ ଯଶସ୍ବୀ ଲେଖକମାନଙ୍କ ଦ୍ୱାରା ପ୍ରଭାବିତ ହୋଇଛି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର- କିଶୋର ସଂସାର, ସରଦଶଶୀ, କଲ୍ୟାଣୀ, ଏସ୍‌ଆଇଟି- ଥଟ୍ଟାମଜା ପ୍ରାୟୋଜିତ କାର୍ଯ୍ୟକ୍ରମ ସମେତ କେତେକ ଘରୋଇ ଟିଭି ଚ୍ୟାନେଲରେ ହାସ୍ୟକବି ସମ୍ମିଳନୀ, ଉଦ୍ଧବ କେତେ ତୁ ପଚାରୁ, ଦି ଗ୍ରେଟ୍‌ ଓଡ଼ିଶା ପଲିଟିକାଲ ସର୍କସ ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ବୋଲଗଡ଼ ଏକ୍ସପ୍ରେସ ନଁାରେ ମୋର ଭିନ୍ନ ପରିଚୟ ସୃଷ୍ଟି ହୋଇଛି। ଦୂରଦର୍ଶନ ଧାରାବାହିକ- କଥାଟିଏ କହୁ, କଲ୍ୟାଣୀ, କାନ୍ଦୁଥା ଯାହା ପାଇଲେ ବାନ୍ଧୁଥା, ସେହିପରି ଓଡ଼ିଆ ଚଳଚ୍ଚିତ୍ର- ଦୃଷ୍ଟାନ୍ତ, ଯୋଗୀ, ଭୁଲିପାରୁନି ମୋ ପ୍ରଥମ ପ୍ରେମ, ଗାଁର ନାଁଁ ଗାଲୁଆପୁରରେ ଅଭିନୟ କରିସାରିଛି। ପୁରସ୍କାର ଭାବେ – ଦୁର୍ମୁଖ ତରଫରୁ ହାସ୍ୟକବି, ଗୋଳମାଳ ପତ୍ରିକା ତରଫରୁ ବିଶିଷ୍ଟ ହାସ୍ୟକବି, ତୀରତରଙ୍ଗ, ୧୦ମ ରାଜଧାନୀ ପୁସ୍ତକମେଳା, ଦୂରଦର୍ଶନ କଲ୍ୟାଣୀ, ସାଂଘାତିକ ହାସ୍ୟକବି, ଇ-ଟିଭି ଟାଇମ୍‌ପାସ,ବୋଲଗଡ଼ ମହୋତ୍ସବରୁ ବୋଲଗଡ଼ ରତ୍ନ ଆଦିରୁ ଶତାଧିକ ପୁରସ୍କାର ଓ ସମ୍ମାନ ମିଳିଛି। ଥରେ ଗୋଟେ ମଞ୍ଚରେ ମୋର ହାସ୍ୟରସ କାର୍ଯ୍ୟକ୍ରମ ଚାଲିଥାଏ। ଲୋକମାନେ ମଜା ନେଉଥାନ୍ତି। ଏପଟେ ଖାଇବା ସମୟ ଗଡ଼ିଗଲାଣି, ଟେଣ୍ଟବାଲା ଅନ୍ୟଆଡ଼େ ଭଡ଼ା ରଖିଥାଏ । ସେଥିଯୋଗୁ ସେଠାରୁ ଯେଉଁ ଦର୍ଶକ ଟିକେ ଉଠିଯାଉଥାନ୍ତି ତାଙ୍କରି ଚୌକିକୁ ସେ ଥାକ କରିବାରେ ବ୍ୟସ୍ତ ରହିଥାଏ। ଏହି କାର୍ଯ୍ୟକ୍ରମ ଦେଖୁଥିବା ଦର୍ଶକ ସେଦିନ ତାକୁ ମାରିବାକୁ ଘେରିଯିବାରୁ ସେ ଦୌଡ଼ି ପଳାଇଲା। ଆଉ ଥରେ ମୁଁ ଏକ ଷ୍ଟେଜ୍‌ରେ କହୁଥିଲି ବାଞ୍ଛା ସାହୁ ପୁଅ ବାଙ୍କା। ହରିଆ ଝିଅକୁ ଫେରମ କରୁଛି ସୁଧକୁ ଆଣିଛି ଟଙ୍କା। ସଂଯୋଗ ବଶତଃ ମଞ୍ଚ ତଳେ ବାଞ୍ଛା ସାହୁ ନାମଧାରୀ ଜଣେ ବ୍ୟକ୍ତିଙ୍କ ପୁଅ ବାଙ୍କା ବସିଥିଲା । ସେ ହରିଆ ସାର୍‌ଙ୍କ ଝିଅକୁ ଚୋରା ପ୍ରେମ କରୁଥିଲା। ଦର୍ଶକମାନେ ତାଙ୍କ ଚାରିପଟେ ଘେରିଗଲେ। ଏମିତି ଅବସ୍ଥା ହେଲା ମୁଁ ନିଜେ ହସେଇବି କ’ଣ ତାଙ୍କର ହସ ଗମାତ ଦେଖିଲି।

କହିବାକୁଗଲେ ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ରାଜନୀତିକୁ ନେଇ ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମ ମତେ ସର୍ବାଧିକ ଲୋକପ୍ରିୟତା ଦେଇଛି। ଏବେ ମୁଁ ଚକ୍ରଧର ପ୍ରସାଦ ହାଇସ୍କୁଲରେ ଶିକ୍ଷକଭାବେ କାର୍ଯ୍ୟକରୁଛି। ମୋର ଲକ୍ଷ୍ୟ ଦର୍ଶକଙ୍କ ମନ ଜିଣି ତାଙ୍କ ହୃଦୟରେ ସ୍ଥାନଟିଏ ପାଇବା। ତେଣୁ ହସ ବାଣ୍ଟିବାର ପ୍ରୟାସ ଜାରି ରଖିଥିବି। ତେବେ ଦର୍ଶକଙ୍କ ତାଳି ମୋ ପାଇଁ ଭାତଥାଳି। ସେଥିରେ ମୋ ପେଟ ପୂରିଯାଏ ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri