Posted inଖେଳ

ଟିମ୍‌ ଇଣ୍ଡିଆର ନୂଆ କୋଚ ପାଇଁ ଆବେଦନ ଆରମ୍ଭ, ଏମିତି ସର୍ତ୍ତ ରଖିଲା ବିସିସିଆଇ

ନୂଆଦିଲ୍ଲୀ,୧୪।୫: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମୁଖ୍ୟ କୋଚ ପଦ ପାଇଁ ଆବେଦନ ଆରମ୍ଭ କରିଛି। ଭାରତୀୟ ପୁରୁଷ ସିନିୟର ଦଳର ବର୍ତ୍ତମାନର ମୁଖ୍ୟ ହେଉଛନ୍ତି ରାହୁଲ ଦ୍ରାବିଡ। ତାଙ୍କ କାର୍ଯ୍ୟକାଳ ଜୁନ ମାସରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଶେଷ ହେବ।
ସୋମବାର ବିଳମ୍ବିତ ରାତିରେ ବିସିସିଆଇ ମୁଖ୍ୟ କୋଚ ପ୍ରାର୍ଥୀଙ୍କ ପାଇଁ ବିଜ୍ଞାପନ ପ୍ରକାଶ କରିଛି। ପ୍ରାର୍ଥୀମାନେ ଏହି ପଦ ପାଇଁ ୨୭ ମେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। କୋଚମାନଙ୍କ ପାଇଁ ଚୟନ ପ୍ରକ୍ରିୟା ଆବେଦନଗୁଡ଼ିକର ସମୀକ୍ଷା ମାଧ୍ୟମରେ ହେବ, ତା’ପରେ ବ୍ୟକ୍ତିଗତ ସାକ୍ଷାତକାର ଏବଂ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ମୂଲ୍ୟାଙ୍କନ ହେବ।

ଆବେଦନ କରିବାକୁ ଯୋଗ୍ୟତା କ’ଣ ହେବା ଉଚିତ୍‌

ମୁଖ୍ୟ ପ୍ରଶିକ୍ଷକ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ବିସିସିଆଇ କିଛି ଯୋଗ୍ୟତା ଏବଂ ସର୍ତ୍ତ ସ୍ଥିର କରିଛି ।
-ଅତିକମରେ ୨୦ଟି ଟେଷ୍ଟ କିମ୍ବା ୫୦ଟି ଦିନିକିଆ ମ୍ୟାଚ ଖେଳିବାର ଅଭିଜ୍ଞତା ଥିବା ଆବଶ୍ୟକ
-ଅତିକମରେ ଦୁଇ ବର୍ଷ ଧରି ଏକ ପୂର୍ଣ୍ଣ ସଦସ୍ୟ ଟେଷ୍ଟ ଖେଳୁଥିବା ଦେଶର ମୁଖ୍ୟ କୋଚ ହେବା ଜରୁରୀ।
-ଅତିକମରେ ୩ ବର୍ଷ ପାଇଁ ଏକ ଆଇପିଏଲ ଦଳର ଆସୋସିଏଟ ମେମ୍ବର କିମ୍ବା ହେଡ କୋଚ କିମ୍ବା ଏହାର ସମାନ ଇଣ୍ଟରନ୍ୟାଶନାଲ ଲିଗ କିମ୍ବା ପ୍ରଥମ ଶ୍ରେଣୀ ଦଳ କିମ୍ବା ନ୍ୟାଶନାଲ ଏ ଦଳ ହେବା ଜରୁରୀ
-ବିସିସିଆଇ ଲେବଲ ୩ କିମ୍ବା ସମାନ ପ୍ରମାଣପତ୍ର ଥିବା ଆବଶ୍ୟକ
-ବୟସ ୬୦ ବର୍ଷରୁ କମ ହେବା ଉଚିତ୍‌

ଟିମ ଇଣ୍ଡିଆର ନୂତନ ମୁଖ୍ୟ କୋଚଙ୍କ କାର୍ଯ୍ୟକାଳ ଜୁଲାଇ ୧, ୨୦୨୪ରୁ ଆରମ୍ଭ ହେବ, ଯାହା ଡିସେମ୍ବର ୩୧, ୨୦୨୭ ପର୍ଯ୍ୟନ୍ତ ଚାଲିବ। ନୂତନ ମୁଖ୍ୟ କୋଚଙ୍କ କାର୍ଯ୍ୟକାଳ ମଧ୍ୟରେ ଟିମ ଇଣ୍ଡିଆ ମୋଟ ୫ଟି ଆଇସିସି ଟ୍ରଫି ଖେଳିବ, ଯେଉଁଥିରେ ଚାମ୍ପିଅନ୍ସ ଟ୍ରଫି, ଟି-୨୦ ବିଶ୍ୱକପ, ଦିନିକିଆ ବିଶ୍ୱକପ ଏବଂ ୨ଟି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ...

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍‌ ଏସ୍‌ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍‌ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ...

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ...

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri