ମାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

କଟକ ଅଫିସ,୧୨ା୭:ମାଟ୍ରିକ ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀଙ୍କ ନିମନ୍ତେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୋମବାରଠାରୁ ଉତ୍ତର ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଅନ୍‌ଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ ବିଷୟ ପ୍ରତି ୧୦୦ ଟଙ୍କା ଲେଖାଏ ଆବେଦନ ଫି ଧାର୍ଯ୍ୟ କରାଯାଇଛି। ପରୀକ୍ଷାର୍ଥୀଙ୍କୁ ଉଭୟ ସବ୍‌ଜେକ୍ଟିଭ ଏବଂ ଅବ୍‌ଜେକ୍ଟିଭ ପେପର ଯାଞ୍ଚ ପାଇଁ ପୃଥକ ଭାବେ ଫି ଦେବାକୁ ପଡିବ। ସେହିଭଳି ଯଦି ଉତ୍ତରଖାତାର ଫଟୋକପି ପରୀକ୍ଷାର୍ଥୀମାନେ ନେବାକୁ ଚାହୁଁଥାନ୍ତି, ତା’ହେଲେ ୨୦୦ ଟଙ୍କା ଦେବାକୁ ହେବ। ଆବେଦନ ପ୍ରକ୍ରିୟାର ସବିଶେଷ ତଥ୍ୟ ବୋର୍ଡ ୱେବସାଇଟରେ ଦିଆଯାଇଥିବା ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।
ମାଟ୍ରିକ ପରୀକ୍ଷା ଉତ୍ତରଖାତା ଯାଞ୍ଚ ପାଇଁ ପରୀକ୍ଷାର୍ଥୀଙ୍କୁ ପ୍ରଥମେ ପଞ୍ଜୀକରଣ କରିବାକୁ ହେବ। ଯଦି ସେମାନେ ପୂର୍ବରୁ ପଞ୍ଜୀକୃତ ହୋଇଥିବେ ତା’ହେଲେ ନିଜର ପରୀକ୍ଷା ରୋଲ ନମ୍ବର ଏବଂ ପାସୱାର୍ଡ ଲଗ ଇନ୍‌ କରି ଆପ୍ଲିକେଶନ ଫର୍ମ ପୂରଣ କରିପାରିବେ। ଆବେଦନ ଫର୍ମରେ ନିଜର ପରୀକ୍ଷା ରୋଲ ନମ୍ବର, ମାଆଙ୍କ ନାମ, ମୋବାଇଲ ନମ୍ବର ଦାଖଲ କରିବେ। ଏହାପରେ ଉକ୍ତ ମୋବାଇଲ ନମ୍ବରକୁ ଯାଇଥିବା ଏକ ଭେରିଫିକେଶନ କୋଡକୁ ଦେବା ପରେ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ସମସ୍ତ ତଥ୍ୟ ବୋର୍ଡ ୱେବସାଇଟରେ ପ୍ରଦର୍ଶିତ ହେବ। ପରୀକ୍ଷାର୍ଥୀମାନେ ଉକ୍ତ ପେଜ୍‌ରେ ଯେଉଁ ବିଷୟରେ ପୁନଃ ଯାଞ୍ଚ କରିବାକୁ ଚାହୁଁଥିବେ ତାହା ଚୟନ କରିବେ। ସେହି ଅନୁଯାୟୀ ତାଙ୍କ ଅନଲାଇନ ମାଧ୍ୟମରେ ଫି ପୈଠ କରିବାକୁ ପଡିବ। ଫି ଦେବାପରେ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସୂଚନାଥାଉକି, ଚଳିତବର୍ଷର ମାଟ୍ରିକ ପାସ୍‌ ହାର ୯୦.୫ ପ୍ରତିଶତ ରହିଥିଲା। ୫ଲକ୍ଷ ୨୬ହଜାର ୮୧୮ଜଣ ପରୀକ୍ଷାର୍ଥୀଙ୍କ ଭିତରୁ ୨ଲକ୍ଷ ୫୬ହଜାର ୮୭୭ ଛାତ୍ର ଓ ୨ଲକ୍ଷ ୬୦ହଜାର ୯୭୦ଜଣ ଛାତ୍ରୀଙ୍କୁ ମିଶାଇ ମୋଟ ୫ଲକ୍ଷ ୧୭ହଜାର ୮୪୭ଜଣ କୃତକାର୍ଯ୍ୟ ହୋଇଥିଲେ। ଯଦି ପରୀକ୍ଷାର୍ଥୀମାନେ ବୋର୍ଡ ପକ୍ଷରୁ କରାଯାଇଥିବା ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବେ ତା’ହେଲେ ସେମାନଙ୍କୁ ପୁନଃ ଯାଞ୍ଚ ପାଇଁ ସୁଯୋଗ ଦିଆଯିବ ବୋଲି ପୂର୍ବରୁ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣରେ ଗଡ଼ିବନି ବସ୍‌

ଭୁବନେଶ୍ୱର,୫।୧୦: ପୂଜାରେ ଗଡ଼ିବନି ବସ୍‌। ଆଗାମୀ ୭ ତାରିଖ ସନ୍ଧ୍ୟା ଠାରୁ ୮ ତାରିଖ ସା ୬ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ...

ଗଞ୍ଜାମର ୧.୫୭ ଲକ୍ଷ ପରିବାରଙ୍କୁ ପିଏମ୍‌ କିଶାନ କିସ୍ତି 

ଛତ୍ରପୁର,୫।୧୦(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ଜିଲାସ୍ତରୀୟ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନାର ୧୮ ତମ କିସ୍ତିର ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା...

ବସ୍ତିରେ ଝାଡ଼ୁ ମାରିଲେ ଧର୍ମେନ୍ଦ୍ର: ବାଣ୍ଟିଲେ ସୁଖଦୁଃଖ

ଭୁବନେଶ୍ୱର,୫।୧୦: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବଛ ଭାରତ ଅଭିଯାନରେ ସଭିଏଁ ସାମିଲ ହେବାକୁ ଶନିବାର ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସେ ବସ୍ତିରେ ଝାଡ଼ୁ ମାରିଛନ୍ତି।...

‘ସୁଭଦ୍ରା’ ଟଙ୍କାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌, ୭ ସୁଦ୍ଧା ଆବେଦନ କରିଥିଲେ…

ଭୁବନେଶ୍ୱର,୫।୧୦: ଆଉ ମାତ୍ର ୩ ଦିନ ପରେ ପୁଣି ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ଦଶହରା ପୂର୍ବରୁ ମହିଳାମାନଙ୍କୁ ଭେଟି ଦେବାକୁ ଯାଉଛନ୍ତି...

ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ: ୬୦ ଲକ୍ଷ ଟଙ୍କାର ଦୁର୍ନୀତି ଗନ୍ଧ

ଭୋଗରାଇ,୫ା୧୦(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବଗଡ଼ ନୋଡାଲ ୟୁପି ପ୍ରାଥମିକ ବିଦ୍ୟାଳୟରେ ଶନିବାର ବାଲେଶ୍ୱର ଭଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମୋ’...

ବୋହି ନେଉଥିଲେ ମଧ୍ୟାହ୍ନଭୋଜନ ଚାଉଳ: ଏମିତି ଧରାପଡ଼ିଲେ ଶିକ୍ଷୟିତ୍ରୀ

ଗୋପ,୧୦।୫: ପୁରୀ ଜିଲା ଗୋପ ଅଞ୍ଚଳରୁ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣା ଶନିବାର ସାମ୍‌ନାକୁ ଆସିଛି। ୨ ବସ୍ତା ମଧ୍ୟାହ୍ନଭୋଜନ ଚାଉଳ...

ବିଦ୍ୟାଳୟ ପରିଦର୍ଶନ କଲେ ଜିଲାପାଳ, ଉଚ୍ଚଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ…

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାପାଳ ସଚିନ ପାଓ୍ବାର ପ୍ରକାଶ କେସିଙ୍ଗା ସହରସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବିଦ୍ୟାପୀଠକୁ ଶନିବାର ପରିଦର୍ଶନରେ ଆସିଥିଲେ। ବାଳିକା ଉଚ୍ଚ...

ଆମ୍ବଗଛକୁ ଧକ୍କା ଦେଇ ନାଳ ଭିତରକୁ ଓଲଟି ପଡ଼ିଲା କାର୍‌

ବାଲିଗୁଡ଼ା,୫ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ନିକଟସ୍ଥ କୁର୍ଙ୍ଗୁଲି ନାଳ ଭିତରକୁ ଏକ କାର୍‌ ପଶିଯାଇଛି। ସୂଚନାନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri