ଜୁନାଗଡ଼,୧୨ା୭(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଓ ଧର୍ମଗଡ଼ ମୁଖ୍ୟ ରାସ୍ତାରେ ଥିବା ହାଲେର ଜୋରରେ ଆଜି ପାଣି ବଢ଼ିଛି।ତେବେ ନୂତନ ପୋଲ କାମ ଅଧାପନ୍ତରିଆ ଅବସ୍ଥାରେ ରହିଥିବାରୁ ନିକଟରେ କରାଯାଇଥିବା ଆପ୍ରୋଚ ରାସ୍ତାରେ ବଢ଼ି ପାଣି ଯୋଗୁ ଘାଇ ସୃଷ୍ଟି ହୋଇଛି। ଫଳରେ ଜୁନାଗଡ଼-ଧର୍ମଗଡ଼ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ରାସ୍ତାଟି ୧୩୦ସି ଜାତୀୟ ରାଜପଥ ହୋଇଥିବାବେଳେ ଏହା ଛତିଶଗଡ଼ ରାଜ୍ୟ ଦେଭୋଗକୁ ମଧ୍ୟ ସଂଯୋଗ କରୁଛି।