ରାଜମିସ୍ତ୍ରିଙ୍କ ଝିଅ ଯିବେ ଜାପାନ:ଦେଖାଇବେ ନିଜ ବିଜ୍ଞାନୀ ଯାଦୁ

ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ):ଅନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ବରଗଡ଼ ଜିଲାର ୨ଝିଅ ମନୋନୀତ ହୋଇଛନ୍ତି। ସେମାନେ ହେଲେ, ଭଟଲି ବ୍ଲକ କେଶାଇପାଲି ଗ୍ରାମର ଦିବ୍ୟାସା ପ୍ରଧାନ ଏବଂ ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମର ଟିକେଶ୍ୱରୀ ଭୁଏ। ବରଗଡ଼ର ଏକ ଗ୍ରାମାଞ୍ଚର ସ୍କୁଲରେ ପାଠପଢ଼ି ଆନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ମନୋନୀତ ଏହି ୨ଛାତ୍ରୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଏହି ୨ଛାତ୍ରୀଙ୍କ ମଧ୍ୟରୁ ଟିକେଶ୍ୱରୀଙ୍କ ଏହି ସଫଳତା ସଂଘର୍ଷପୂର୍ଣ୍ଣ। ତାଙ୍କ ବାପା ଗୋବିନ୍ଦ ଭୁଏ ଜଣେ ରାଜମିସ୍ତ୍ରୀ ହୋଇଥିବାବେଳେ ମା ସୁଜାତା ଗୃହିଣୀ। ଗ୍ରାମର ଉଚ୍ଚ ପ୍ରାଥମିକ ସ୍କୁଲରେ ପଢୁଥିବାବେଳେ ଟିକେଶ୍ୱରୀ ତାଙ୍କ ପ୍ରକଳ୍ପ ସ୍ମାର୍ଟ୍‌ ଅରଟ ଯନ୍ତ୍ର ପ୍ରକଳ୍ପ ପ୍ରସ୍ତୁତ କରିଥିଲେ ଏବଂ ସେହି ପ୍ରକଳ୍ପ ଜିଲାସ୍ତରରୁ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ମନୋନୀତ ହୋଇଛନ୍ତି। ଏହି ପ୍ରକଳ୍ପ ଉପରେ ଟିକେଶ୍ୱରୀ କୁହନ୍ତି, ତାଙ୍କ ଗ୍ରାମ ବୁଣାକାର ବହୁଳ ଗାଁଟିଏ। ସେ ସପ୍ତମ ଶ୍ରେଣୀ ପଢୁଥିବାବେଳେ ଗ୍ରାମର ତାଙ୍କ ଜଣେ ସାଙ୍ଗ ଘରକୁ ବୁଲିବାକୁ ଯାଉଥିଲେ। ସାଙ୍ଗଙ୍କ ମା’ ସୂତାକାମ କରୁଥିବା ଦେଖିଥିଲେ। ତାହା କଠିନ ଥିବାବେଳେ ଦୀର୍ଘ ସମୟ ଲାଗୁଥିଲା। ଫଳରେ ସେହିକାମକୁ କିଭଳି ସରଳ ଏବଂ ସହଜରେ କରିହେବ, ସେଥିପାଇଁ ତାଙ୍କ ମନରେ ଭାବିଥିଲେ ଏବଂ ସେହିଦିନଠାରୁ ସ୍ମାର୍ଟ ଅରଟ ଯନ୍ତ୍ର ପ୍ରକଳ୍ପ ପ୍ରସ୍ତୁତ ପାଇଁ ବାହାରିଥିଲେ। ସେହି ପ୍ରକଳ୍ପ ପ୍ରସ୍ତୁତିରେ ତାଙ୍କ ଗାଇଡ୍‌ ଶିକ୍ଷକ ହରି ବାରିକ ତାଙ୍କୁ ସହଯୋଗ କରିଥିବା ଟିକେଶ୍ୱରୀ କହିଛନ୍ତି। ଟିକେଶ୍ୱରୀ ବର୍ତ୍ତମାନ ଗ୍ରାମର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅଟନ୍ତି। ତାଙ୍କର ଏହି ସଫଳତାରେ ମା’, ବାପା, ଶିକ୍ଷୟିତ୍ରୀ, ଶିକ୍ଷକ, ସହପାଠୀ ଏବଂ ଗ୍ରାମବାସୀ ଟିକେଶ୍ୱରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଅଛି ୧୩୦ଟି ପରମାଣୁ ବୋମା, ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ

ନୂଆଦିଲ୍ଲୀ,୨୭ା୪: ପହଲଗାମ ଆକ୍ରମଣ ପରେ ବଢୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ମନ୍ତ୍ରୀ ହାନିଫ ଅବ୍ବାସୀ ଭାରତକୁ ପରମାଣୁ ପ୍ରତିଶୋଧର ଖୋଲା ଧମକ ଦେଇଛନ୍ତି, ଚେତାବନୀ ଦେଇଛନ୍ତି...

୪ ବର୍ଷର ଶିଶୁ କନ୍ୟାଙ୍କୁ  ଚକଲେଟ ଓ ଚିପ୍ସ ଦେଇ  ନିର୍ମାଣାଧୀନ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବଳାତ୍କାର କରି ହତ୍ୟା କରିଥିଲେ ମାମୁ:  ବାନ୍ଧିଲା ପୋଲିସ 

ଦିଗପହଣ୍ଡି, ଛତ୍ରପୁର,୨୭।୪(ଅଶେଷ ନାଥ ମିଶ୍ର/ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ଲଜ୍ଜ୍ୟାଜନକ ହୃଦୟବିଦାରକ ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିବା...

ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ, ୩ ଗୋରୁ ମୃତ

ଧୂଷୁରୀ, ୨୭।୪( ଦୀପ୍ତି ରଞ୍ଜନ ନାୟକ ): ଭଦ୍ରକ ଜିଲାର ଧୂଷୁରୀ ଥାନା ଅଧୀନ ଅସୁରାଳିଠାରେ ଶନିବାର ଭୋର ୪ଟାରେ ଗୋରୁ ବୋଝେଇ ଏକ ପିକ୍‌ଅପ୍‌...

ଢ଼ାବାରେ ପୋଲିସ ଚଢ଼ାଉ: ଜଣେ ଗିରଫ

ଧର୍ମଗଡ,୨୬।୪(ଘାସିରାମ ଜଗତ): ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ଧର୍ମଗଡ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର...

ଏଇ ଭାରତରେ

କାଗଜ ପାଇଁ ବହୁସଂଖ୍ୟାରେ ଗଛ ଓ ବାଉଁଶ କଟାଯାଉଛି, ଯାହା ପରିବେଶ ପାଇଁ କ୍ଷତିକାରକ। ତେବେ ଏହାର ସମାଧାନ ବାଟ ପାଇଛନ୍ତି ରୂପଙ୍କର ଭଟ୍ଟାଚାର୍ଯ୍ୟ ଏବଂ...

ନିକୃଷ୍ଟ ବିଚାର

ଆମେରିକା କହୁଛି ବାଣିଜ୍ୟରେ ବିଶ୍ୱ ତାହାକୁ ଲୁଟିଛି ଏବଂ କ୍ଷତିପୂରଣ ଚାହେଁ। ଦେଖିବାକୁ ଗଲେ ଏହି ଲୁଣ୍ଠନ ନିଜେ ଆମେରିକା ଦ୍ୱାରା ହୋଇଛି କାରଣ ଏକ...

ଭୁବନେଶ୍ୱର ବିମାନବନ୍ଦରରେ ୧୨ ଘଣ୍ଟାରୁ ଅଧିକ ସମୟ ଅଟକି ରହିବା ପରେ କ୍ରୁଦ୍ଧ ଯାତ୍ରୀଙ୍କ ହଙ୍ଗାମା

ଭୁବନେଶ୍ୱର,୨୭ା୪: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନେ ଅଟକି ରହିବା କାରଣରୁ ଉତ୍ତେଜନା ସୃଷ୍ଟି ହୋଇଛି। ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ...

ଭାରତ ସହିତ ବାଣିଜ୍ୟ ବନ୍ଦ କରି ଫସିଲରେ ପାକିସ୍ତାନ: ଔଷଧ ଯୋଗାଣ ପାଇଁ ନେଲା ‘ଜରୁରୀକାଳୀନ’ ପଦକ୍ଷେପ

ଇସଲାମାବାଦ,୨୭ା୪: ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହ ବାଣିଜ୍ୟିକ ସମ୍ପର୍କ ବନ୍ଦ କରିବା ପରେ ପାକିସ୍ତାନ ଔଷଧ ଯୋଗାଣ ସୁନିଶ୍ଚିତ କରିବା ପାଇଁ “ଜରୁରୀକାଳୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image