ଜିଲାରେ ୫୨୩ ହେକ୍ଟର ଜମିରେ କଫି ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତ

କୋରାପୁଟ,୧୦।୭(ସ୍ବ.ପ୍ର.): କୋରାପୁଟ ଜିଲାରେ ବ୍ୟାପକ ହେବ କଫି ଚାଷ ା ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲା ପ୍ରଶାସନ ଏନେଇ ଉଦ୍ୟମ ଆରମ୍ଭ କରିଛି ା ଓଡିଶା ଜୀବିକା ମିଶନ, କଫି ଡେଭଲପମେଣ୍ଟଟ୍ରଷ୍ଟ, ଜିଲା ଜଳ ବିଭାଜିକା ପ୍ରକଳ୍ପ, ମିଶନ ଶକ୍ତି ଓ କଫି ବୋର୍ଡର ମିଳିତ ଉଦ୍ୟମରେ ଆଗାମୀ ଦିନରେ ପ୍ରଥମ ପର୍ଯ୍ୟାୟରେ ୫୨୩ ହେକ୍ଟର ଜମିରେ କଫି ଚାଷ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ା ଏଥିପାଇଁ ଦେଓଘାଟି ଭଳି ୨ଟି ଚାରା ପ୍ରସ୍ତୁତି କେନ୍ଦ୍ର ଆରମ୍ଭ କରାଯାଇଛି ା କଫି ବୋର୍ଡ ପରିସରରେ ମଧ୍ୟ କଫି ଚାରା ଓ ନର୍ସରୀ ପ୍ରସ୍ତୁତି ପାଇଁ ତାଲିମ ପରେ କୋରାପୁଟ ବ୍ଲକର ଘାଟଗୁମରଠାରେ ୧.୬ ଲକ୍ଷ କଫି ଚାରା ପ୍ରସ୍ତୁତି ନେଇ ନର୍ସରୀରେ ସ୍ବତନ୍ତ୍ର ବେଡ ପ୍ରସ୍ତୁତ ହୋଇଛି ା ଏଥିସହ ନର୍ସରୀର ଉପଯୁକ୍ତ ରକ୍ଷଣାବେକ୍ଷଣ ଯୋଗୁ ସମସ୍ତ ଚାରାକୁ ବଞ୍ଚାଇ ରଖାଯାଇଛି ବୋଲି ଓଏଲ୍‌ଏମ୍‌ର ଜିଲା ଅଧିକାରୀ ସୁସ୍ମିତା ସାମନ୍ତରାୟ କହିଛନ୍ତି। ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ଓ ଅନ୍ୟ ମହିଳା ସଙ୍ଗଠନ ମାଧ୍ୟମରେ ପ୍ରସ୍ତୁତ ହେଉଥିବା ଏହି ଚାରାକୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ପହଞ୍ଚାଇବା ଦାୟିତ୍ୱ କୋରାପୁଟ କଫି ଡେଭଲପମେଣ୍ଟ ଟ୍ରଷ୍ଟ ନେଇଛି ା ସୂଚନାଯୋଗ୍ୟ, କଫି ଚାଷର ମହତ୍ୱ, କଫି ନର୍ସରୀ ପ୍ରସ୍ତୁତ ଏବଂ ଚାରାର ରକ୍ଷଣାବେକ୍ଷଣ ଓ ପ୍ରସ୍ତୁତି, ଜାଗା ଚିହ୍ନଟ କରିବା ସହ ଆବଶ୍ୟକତା ଅନୁଯାୟୀ ଉନ୍ନତମାନର ଚାରା ପ୍ରସ୍ତୁତ ଉପରେ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡି ସୁପରଭାଇଜର

କୋରାପୁଟ,୨୭।୩( ଅମିତାଭ ବେହେରା): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଅଙ୍ଗନଓ୍ବାଡି କେନ୍ଦ୍ରରେ ନୂତନ କରି ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କଠାରୁ ୫୦ ହଜାର ଟଙ୍କା...

ଗଞ୍ଜେଇ ଚାଲାଣ ବେଳେ ପୋଲିସକୁ ଗୁଳି, ୮ ଗିରଫ

ଜୟପୁର,୨୬।୩(ପବନ ପାଣିଗ୍ରାହୀ): ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ କଞ୍ଜେଇ ମାଳିଗୁଡା ରାସ୍ତାରେ ମଙ୍ଗଳବାର ଚଢ଼ାଉକରି ୮ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ...

ପିଏମ୍‌ ଆଓ୍ବାର୍ଡ ନେଇ କୋରାପୁଟରେ କେନ୍ଦ୍ରୀୟ ଟିମ୍‌, ୪ ବ୍ଲକ୍‌ ପରିଦର୍ଶନ କରି…

କୋରାପୁଟ/ଲକ୍ଷ୍ମୀପୁର,୨୫ା୩(ଅମିତାଭ ବେହେରା/ଅନନ୍ତ ନାୟକ)- କୋରାପୁଟ ଜିଲା ଗସ୍ତରେ ଆସିଥିବା ୨ ଜଣିଆ କେନ୍ଦ୍ରୀୟ ଟିମ୍‌ ମଙ୍ଗଳବାର ସ୍ଥାନୀୟ ମ୍ୟୁନିସିପାଲିଟି, ବ୍ଲକ, ସେମିଳିଗୁଡ଼ା,ଦଶମନ୍ତପୁର ଓ ଲକ୍ଷ୍ମୀପୁର ଆଦି...

ରାଜପଥ ୪ ଘଣ୍ଟା ବନ୍ଦ

ସୁନାବେଡା,୨୪ା୩(କୃତ୍ତିବାସ ପ୍ରଧାନ): ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥ ମୋହନପଡାରେ ବିଭାଗ ପକ୍ଷରୁ କାମ ଚାଲୁ ରହିଥିବା ବେଳେ ନୂଆ ମାଟି ପକାଯାଇଛି। ରବିବାର ରାତିରେ...

ପାଣି ସମସ୍ୟା ସମାଧାନ ନ ହେଲେ ହେବ ଆନ୍ଦୋଳନ: ବିଜେଡି

କୋରାପୁଟ,୨୪।୩ (ଅମିତାଭ ବେହେରା):କୋରାପୁଟ ଜିଲା କୋଟପାଡ଼ ବ୍ଲକରେ ଜହ୍ନରା ନାଳ ପାଣି ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ହେବୋଲି ବିଜେଡି ଦଳ ପକ୍ଷରୁ ଆୟୋଜିତ...

ଜଙ୍ଗଲରେ ପଡ଼ିଥିବା ଖୁଣ୍ଟିକୁ ନେଇ ରାଜନୀତି: ଆନ୍ଧ୍ର ତହସିଲଦାରଙ୍କ ନିକଟରେ ସୁରକ୍ଷା ଦାବି କଲେ ଗ୍ରାମବାସୀ

ପଟ୍ଟାଙ୍ଗି,୨୩ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀରେ ଥିବା କୋଟିଆ ପଞ୍ଚାୟତ ଉପରସେମ୍ବି ଗ୍ରାମ ନିକଟ ଜଙ୍ଗଲରେ ପଡ଼ିଥିବା ସୀମା ଚିହ୍ନଟ ଖୁଣ୍ଟିକୁ...

ଏପ୍ରିଲ ୨ରେ ଖଡ଼ିଛୁଆଁ: ପ୍ରବେଶ ଉତ୍ସବ ନେଇ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ

କୋରାପୁଟ,୨୩ା୩(ଅମିତାଭ ବେହେରା): ଆସନ୍ତା ଏପ୍ରିଲ ୨ରେ ଆରମ୍ଭ ହେବାକୁ ଥିବା ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ବଣ୍ଟନ ଆରମ୍ଭ ହୋଇଯାଇଛି।...

ଉପରସେମ୍ବି ଗ୍ରାମ ଜଙ୍ଗଲରେ ପଡିରହିଛି ସୀମା ଚିହ୍ନଟ ଖୁଣ୍ଟି: ଫଟୋ,ଭିଡ଼ିଓ ଭାଇରାଲ

ପଟ୍ଟାଙ୍ଗି,୨୧ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧିନରେ ଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଉପରସେମ୍ବି ଗ୍ରାମର ଜଙ୍ଗଲରେ ପଡି ରହିଥିବା ସୀମା ଚିହ୍ନଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image