ଗର୍ଲଫ୍ରେଣ୍ଡଙ୍କୁ ସମସ୍ତଙ୍କ ସାମ୍ନାରେ ଚୁମ୍ବନ ଦେଲେ ଆର୍ଜେଣ୍ଟିନା ରାଷ୍ଟ୍ରପତି: ଭିଡିଓ ଭାଇରାଲ୍‌

ବୁନେରସ୍‌ ଆରାଇସ୍‌,୨।୧: ଆଜିକାଲି ଆର୍ଜେଣ୍ଟିନାର ନୂତନ ରାଷ୍ଟ୍ରପତି ଜାଭିୟର୍‌ ମିଲି ଚର୍ଚ୍ଚାରେ ଅଛନ୍ତି। ସେ ଏକ ସାର୍ବଜନୀନ ପ୍ଲାଟଫର୍ମରେ ଏପରି କାର୍ଯ୍ୟ କରିଛନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ମିଲି ନିଜ ଗର୍ଲଫ୍ରେଣ୍ଡକୁ ଏକ ସର୍ବସାଧାରଣ ମଞ୍ଚରେ ଚୁମ୍ବନ ଦେଇଥିଲେ। ଏହାପୂର୍ବରୁ ଯେତେବେଳେ ନଭେମ୍ବରରେ ରାଷ୍ଟ୍ରପତି ପଦ ପାଇଁ ଭୋଟ ହୋଇଥିଲା, ସେତେବେଳେ ତାଙ୍କୁ ସମାନ ଶୈଳୀରେ ଦେଖିବାକୁ ମିଳିଥିଲା।
ରାଷ୍ଟ୍ରପତି ମିଲିଙ୍କ ଗର୍ଲଫ୍ରେଣ୍ଡ ଫାତିମା ଫ୍ଲୋରେଜ ଜଣେ ହାସ୍ୟ ଅଭିନେତ୍ରୀ ଏବଂ ସେ ବହୁତ ପ୍ରସିଦ୍ଧ। ସେ ତାଙ୍କ ପୂର୍ବତନ ସ୍ବାମୀଙ୍କଠାରୁ ଅଲଗା ହୋଇ ବର୍ତ୍ତମାନ ରାଷ୍ଟ୍ରପତି ମିଲିଙ୍କ ସହ ସମ୍ପର୍କ ରଖିଛନ୍ତି। କୁହାଯାଏ ଯେ ସେମାନଙ୍କର ପ୍ରେମ କାହାଣୀ ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା ଏବଂ ପରେ ଦୁହେଁ ନିଜ ସମ୍ପର୍କକୁ ସାର୍ବଜନୀନ କରିଥିଲେ। ଏହି ଭାଇରାଲ ଭିଡିଓ ସୋସିଆଲ ମିଡିଆରେ @ElonMuskAOC ନାମକ ଜଣେ ୟୁଜର୍ସଙ୍କ ଦ୍ୱାରା ଶେୟାର କରାଯାଇଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ମିଲିୟନରୁ ଅଧିକ ଲୋକ ଦେଖିଛନ୍ତି। ଗତ ଶୁକ୍ରବାର ରାଷ୍ଟ୍ରପତି ମିଲି ତାଙ୍କ ଗର୍ଲଫ୍ରେଣ୍ଡ ଫାତିମା ଫ୍ଲୋରେଜଙ୍କ ସହ ଏକ କନ୍ସର୍ଟକୁ ଯାଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ସେ ନିଜ ଗର୍ଲଫ୍ରେଣ୍ଡକୁ ଚୁମ୍ବନ ଦେଇଥିଲେ, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share