ରଞ୍ଜନ କୁମାର ଦାସ
ଅନେକ ସମୟରେ ଆମକୁ କୁହାଯାଇଥାଏ ଶ୍ରେଷ୍ଠ ହୁଅ, ସବୁଠୁ ଭଲ ପ୍ରଦର୍ଶନ କର। ଏପରିକି ବୈଜ୍ଞାନିକ ମେଣ୍ଡେଲ ମଧ୍ୟ କହିଲେ, କେବଳ ଶ୍ରେଷ୍ଠ ହିଁ ସୃଷ୍ଟିରେ ବଞ୍ଚତ୍ ରହିବ। ଅନ୍ୟମାନେ ତିଷ୍ଠି ପାରିବେ ନାହିଁ। ତେଣୁ ପିଲାଟି ଦିନରୁ ଆମେ ଛୁଆଙ୍କୁ ସେଇ ଗୋଟିଏ କଥା କହୁ, ଯାହା କରୁଚ କର, ଭଲ କର। ପ୍ରଥମ ହୁଅ। ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଲୋକଙ୍କର ବଞ୍ଚତ୍ବାର ଅଧିକାର ନାହିଁ। ଏ ପ୍ରକାର ପ୍ରତିଯୋଗିତା ମଣିଷକୁ ଧୀରେଧୀରେ ରୋବଟ୍ରେ ପରିଣତ କରି ସାରିଲାଣି। ପିଲାଟି ଜନ୍ମ ଦିନଠାରୁ ମରିବାଯାଏ କିଭଳି ତା’ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବ, ଅନ୍ୟମାନଙ୍କୁ ପଛରେ ପକେଇ କିପରି ଆଗକୁ ମାଡ଼ି ଯାଇପାରିବ ସେଇ ଚିନ୍ତାରେ ବ୍ୟସ୍ତ ରହୁଚି। କିନ୍ତୁ ପ୍ରକୃତରେ ଏହା କେତେ ସତ! ସତରେ କ’ଣ ଶ୍ରେଷ୍ଠମାନେ ହିଁ କେବଳ ବଞ୍ଚନ୍ତି? ଶ୍ରେଷ୍ଠମାନେ ହିଁ ଜିତନ୍ତି?
ମହାଭାରତକୁ ଯିବା। କୌରବମାନେ ସଂଖ୍ୟାଦୃଷ୍ଟିରୁ ପାଣ୍ଡବଙ୍କର ୨୦ ଗୁଣା ଥିଲେ। ପାଣ୍ଡବଙ୍କ ମଧ୍ୟରେ ଭୀମ ଓ ଅର୍ଜୁନଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କର ଯୁଦ୍ଧ ପାରଦର୍ଶିତା ସେଭଳି ଆଖିଦୃଶିଆ ନଥିଲା। କୌରବମାନଙ୍କ ତୁଳନାରେ ପାଣ୍ଡବମାନଙ୍କର ଶ୍ରେଷ୍ଠତ୍ୱ ନୂ୍ୟନତର ଥିଲା। ତଥାପି ସେମାନେ ଯୁଦ୍ଧରେ ବିଜୟୀ ହେଲେ। ଏବେ ଯେତେ ଆତ୍ମନିର୍ଭର ଭାରତ କଥା କୁହାଯାଉଛି, ଅନେକଙ୍କ ମନରେ ଆଶଙ୍କା ରହିଚି ଭାରତୀୟ କମ୍ପାନୀଗୁଡ଼ିକ ଆଜିଯାଏ ବିଶ୍ୱ ବଜାରରେ ତାଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିନାହାନ୍ତି ଏବଂ ଚାଇନା ଭଳି ଦେଶଗୁଡ଼ିକ ଏ କ୍ଷେତ୍ରରେ ଅଗ୍ରଣୀ। ମାତ୍ର ଗୋଟିଏ ଚମତ୍କାର ତଥ୍ୟ ମତେ ବିହ୍ବଳ କରିଥିଲା, ଯାହା ହେଲା ବଜାଜ୍ ଓ ଟିଭିଏସ୍ କମ୍ପାନୀଙ୍କର କାର୍ଯ୍ୟଦକ୍ଷତା। ବଜାଜ୍ ଓ ଟିଭିଏସ୍ କମ୍ପାନୀ ଭାରତରେ ଦୁଇଚକିଆ ଗାଡ଼ି ବଜାରରେ ଅଗ୍ରଣୀ। କିଛିବର୍ଷ ତଳେ ଯେତେବେଳେ ଚାଇନିଜ୍ କମ୍ପାନୀଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ତାଙ୍କ ପ୍ରଡକ୍ଟ ନେଇ ଭାରତୀୟ ବଜାରରେ ପ୍ରବେଶ କଲେ, ଅନେକ ଟି.ଭି., କମ୍ପ୍ୟୁଟର, ମୋବାଇଲ କମ୍ପାନୀ ତାଙ୍କ ତଥାକଥିତ ଶ୍ରେଷ୍ଠତ୍ୱ ଆଗରେ ନଇଁଗଲେ। ମାତ୍ର ବଜାଜ୍ ଓ ଟିଭିଏସ୍ କମ୍ପାନୀ ତାକୁ ମାଡ଼ ଦେଇ ବଜାରରେ ତିଷ୍ଠି ରହିଲେ। ଗୋଟେ ସମୟରେ ସମସ୍ତ ୟୁରୋପ ଓ ଆଫ୍ରିକା ବଜାରକୁ ଚାଇନିଜ୍ ଦୁଇଚକିଆ କମ୍ପାନୀଗୁଡ଼ିକ ଦଖଲ କରିଥିଲେ। ମାତ୍ର ଆଜି ପୂରା ୟୁରୋପ ଓ ଆଫ୍ରିକାରେ ବଜାଜ୍ ଅଟୋମୋବାଇଲ୍ସ ଓ ଟିଭିଏସ୍ ଏକ ଜଣାଶୁଣା ନାଅଁା। ଆଜି ସାରା ବିଶ୍ୱରେ ବଜାଜ୍ ଅଟୋମୋବାଇଲ ମାର୍କେଟ୍ରେ ଏକ ଅଗ୍ରଣୀ ସ୍ଥାନ ଦଖଲ କରିଛିି।
ଏବେ ଦିନେ ଗୋଟେ ମୋଟିଭେସ୍ନାଲ୍ ସ୍ପିକରଙ୍କ ଭାଷଣ ଶୁଣୁଥିଲି। ସେ କହୁଥିଲେ, ୧୯୮୩ ମସିହାର ଭାରତୀୟ ଟିମ୍ ଦ୍ୱାରା ବିଶ୍ୱକପ୍ ବିଜୟର କାହାଣୀ। ଭାରତୀୟ ଟିମ୍ ସେତେବେଳେ ବିଶ୍ୱର ସର୍ବଶ୍ରେଷ୍ଠ ଟିମ୍ ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ଲଢ଼ୁଥିଲା। ଭାରତୀୟ ଟିମ୍ ଗୋଟେ ଦୁର୍ବଳ ଟିମ୍ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ଇଣ୍ଡିଜ୍ ଦଳରେ ଥାଆନ୍ତି ସେ ସମୟର ଶ୍ରେଷ୍ଠ ଖେଳାଳିମାନେ। ମାତ୍ର ସେମାନଙ୍କ ଶ୍ରେଷ୍ଠତ୍ୱକୁ ପଦାନତ କରି ଭାରତୀୟ ଦଳ ବିଶ୍ୱକପ୍ ଜିତିଲା ଏବଂ ବିଶ୍ୱ କ୍ରିକେଟ୍ରେ ତା’ର ଦକ୍ଷତା ଆଜି ପର୍ଯ୍ୟନ୍ତ ବଜାୟ ରଖିଆସିଛି। ସେଦିନ ଭାରତୀୟ ଦଳରେ ଖେଳାଳିମାନଙ୍କ ବ୍ୟକ୍ତିଗତ ଶ୍ରେଷ୍ଠତ୍ୱ ନୁହେଁ, ବରଂ ତାଙ୍କର ବହୁମୁଖୀ ଯୁଗ୍ମ ପ୍ରଦର୍ଶନ ହିଁ ତାଙ୍କୁ ଜିତାଇଥିଲା।
ଶ୍ରେଷ୍ଠ ହେବା ନିଶ୍ଚିତ ଭାବେ ଗୌରବର କଥା। ମାତ୍ର ବଞ୍ଚିରହିବାକୁ ହେଲେ ଶ୍ରେଷ୍ଠ ହେବା ସବୁବେଳେ ଜରୁରୀ ନୁହେଁ। ବ୍ୟକ୍ତିଗତ ଭାବେ ମୁଁ ଦେଖିଚି, ଆମେ ସ୍କୁଲ ଓ କଲେଜରେ ପଢ଼ିଲାବେଳେ ଅନେକ ସାଙ୍ଗ ଯେଉଁମାନେ ଶ୍ରେଣୀରେ ପ୍ରଥମ ହେଉଥିଲେ, କ୍ରୀଡ଼ାରେ ଭଲ କରୁଥିଲେ, ଭାଷଣ ଭଲ ଦେଉଥିଲେ, ଯାହାଙ୍କୁ ଆମେ ଶ୍ରେଷ୍ଠ ବୋଲି ବିବେଚନା କରୁଥିଲୁ; ସେମାନେ ପରବର୍ତ୍ତୀ ଜୀବନରେ କୁଆଡ଼େ ହଜିଗଲେ। ମାତ୍ର ଏମିତି କିଛି ଥିଲେ, ଯେଉଁମାନଙ୍କୁ କେହି କେବେ ଜାଣିନଥିଲେ, ସେମାନେ ନିଜନିଜ କ୍ଷେତ୍ରରେ ଉଠିଲେ। ବ୍ୟବସାୟରେ ସଫଳ ହେଲେ, ଅର୍ଥ ରୋଜଗାର କଲେ, ସମାଜରେ ପ୍ରତିଷ୍ଠିତ ବି ହେଲେ। ଏମାନେ ଯଦି ସ୍କୁଲବେଳେ ଭାବି ନେଇଥାଆନ୍ତେ ଯେ ଆମେ କୋଉ କାମକୁ ନୁହେଁ, ଆମେ ବଞ୍ଚତ୍ ରହି ଲାଭ କ’ଣ, ତେବେ ତ କଥା ସରିଥିଲା। କଥା ହଉଚି ଏ ସୃଷ୍ଟିରେ ସମସ୍ତଙ୍କର ବଞ୍ଚତ୍ବାର ଅଧିକାର ଅଛି। ବଡ଼ ମାଛ ସାନ ମାଛକୁ ଗିଳିଦିଏ। ବଡ଼ ସାପ ସାନ ସାପକୁ ଗିଳିଦିଏ। ସେଥିପାଇଁ ଆମେ ଭାବୁ ଯିଏ ଶ୍ରେଷ୍ଠ, ସିଏ ହିଁ ବଞ୍ଚତ୍ ରହିବ; ଅନ୍ୟମାନେ ଲୋପ ପାଇଯିବେ। ମାତ୍ର ସମୁଦ୍ର ଭିତରେ ତିମି ମାଛ ବି ବଞ୍ଚତ୍ରହେ, ଅନ୍ୟ ଛୋଟ ମାଛ ବି ବଞ୍ଚତ୍ ରହନ୍ତି। ଜଙ୍ଗଲରେ ଅନାକୋଣ୍ଡା ଅଜଗର ବି ରହିବା ସହ ଅନ୍ୟ ଛୋଟ ଛୋଟ ସାପ ବଞ୍ଚତ୍ରହନ୍ତି। ବାଘ ଯେତେ ଖାଇଗଲେ ବି ହରିଣ ବଂଶ ଲୋପ ପାଏନା। ସେ ବଞ୍ଚତ୍ ରହେ।
ବଞ୍ଚତ୍ବା ପାଇଁ ଶ୍ରେଷ୍ଠତ୍ୱ ସବୁବେଳେ ଜରୁରୀ ନୁହେଁ। ଏଥିପାଇଁ ଲୋଡ଼ା ବଞ୍ଚତ୍ ରହିବାର କଳା। କାଳେ ସାପ ଗିଳିଦବ ବୋଲି ଏଣ୍ଡୁଅ ତା’ର ରଙ୍ଗ ବଦଳାଇ ବଞ୍ଚେ। ପରିସ୍ଥିତି ସହ ନିଜକୁ ଖାପ୍ ଖୁଆଇ ଚଳେ ଓ ବଞ୍ଚତ୍ ରହେ। କିଶୋର କୁମାର, ଲତାମଙ୍ଗେସ୍କର, ରଫି, ମୁକେଶ, ଆଶା ଭେଁାସ୍ଲେଙ୍କ ଭଳି ଶ୍ରେଷ୍ଠ କଣ୍ଠଶିଳ୍ପୀ ଯେତେବେଳେ ଥିଲେ, ସେତେବେଳେ ତାଙ୍କ ଶ୍ରେଷ୍ଠତ୍ୱର ଛାଇ ତଳେ ମଧ୍ୟ ଆହୁରି ଅନେକ କଣ୍ଠଶିଳ୍ପୀ ଉଧେଇଥିଲେ। ଗାନ୍ଧୀ, ନେହେରୁ, ଶାସ୍ତ୍ରୀ, ପଟେଲଙ୍କ ଭଳି ଶ୍ରେଷ୍ଠ ରାଜନୀତିଜ୍ଞଙ୍କ ଶ୍ରେଷ୍ଠତ୍ୱ ଥିବା ସତ୍ତ୍ୱେ ମଧ୍ୟ ଅନେକ ନେତା ସେ ସମୟରେ ବାହାରିଥିଲେ ଓ ଦେଶର ପ୍ରଗତି ରଥକୁ ଆଗେଇ ନେଇଥିଲେ। ବରଗଛ ତଳେ ଅନ୍ୟ ଗଛ ଉଧାଏନା ବୋଲି ଆମର ଗୋଟେ କଥା ଅଛି। ମାତ୍ର କଥା ହଉଚି, ସମାଜର ସବୁ ଆବଶ୍ୟକତା ସବୁବେଳେ ଶ୍ରେଷ୍ଠ ଲୋକଙ୍କ ଦ୍ୱାରା ପୂରଣ ହୋଇପାରେ ନାହିଁ। ଛୋଟ ଛୋଟ ରୋଗ ପାଇଁ କେହି ବଡ଼ ବଡ଼ ଡାକ୍ତରଖାନାକୁ ଯାଏନା। ଛୋଟ ଛୋଟ ଜିନିଷ କିଣିବାକୁ କେହି ବଡ଼ ବଡ଼ ମଲ୍କୁ ଯାଏନା। ତେଣୁ ଛୋଟ ଡାକ୍ତରଖାନା, ଛୋଟ ଡାକ୍ତର, ଛୋଟ ଦୋକାନ, ଛୋଟ ଦୋକାନୀ ବି ବେଳେବେଳେ ବଡ଼ କାମର ହେଇଥାଆନ୍ତି। ଯିବାଆସିବା କରିବାକୁ ସବୁବେଳେ କାର୍ ବ୍ୟବହାର କରିହୁଏନି, ବେଳେବେଳେ ସାଇକେଲ ବା ସ୍କୁଟି ବେଶି କାମର ହେଇଥାଏ।
ତେଣୁ ପରିବେଶ ଓ ପରିସ୍ଥିତିକୁ ନେଇ କାହାର ଉପଯୋଗିତା କେତେ, କିଏ ତିଷ୍ଠିବ, କିଏ ବଞ୍ଚତ୍ବ କି ଗ୍ରହଣୀୟ ହେବ, କିଏ କେତେ ଆଦର ପାଇବ ତା’ର ନିର୍ଦ୍ଧାରଣ ହୁଏ। ରୋହି ମାଛ, ଇଲିଶି ମାଛ ଯେତିକି ବିକ୍ରି ହୁଏ, ଚୂନା ମାଛ ବି ସେତିକି ବିକ୍ରି ହୁଏ। ବ୍ରାଣ୍ଡେଡ୍ ଦୋକାନରେ ଯେତିକି ବିକ୍ରି ହୁଏ, ରାସ୍ତା କଡ଼ର ଉଠାଦୋକାନୀ, ଫେରିବାଲା ବି ସେତିକି ବିକ୍ରି କରନ୍ତି। ଭଲ ନାମୀ ରେଷ୍ଟୁରାଣ୍ଟକୁ ଯେତିକି ଲୋକ ଯାଆନ୍ତି ଖାଇବାକୁ, ନନା ଭାଇନା ହୋଟେଲକୁ ତା’ଠୁ କମ୍ ଲୋକ ଯାଆନ୍ତି ନାହିଁ। ସବୁଲୋକ ତ ଜଗନ୍ନାଥଙ୍କ ପାଖକୁ ଦୁଃଖ ଜଣେଇବାକୁ ଯାଇପାରନ୍ତି ନାହିଁ। ତା’ ଭିତରୁ କେହିକେହି ଗ୍ରାମଦେବତୀଙ୍କୁ ବି ଦୁଃଖ ଜଣେଇ ରହିଯାଆନ୍ତି। ଜଗନ୍ନାଥଙ୍କ ମହିମା ବଢ଼ିବାରେ ଗ୍ରାମଦେବତୀଙ୍କ ମହିମା ଊଣା ହୁଏ ନାହିଁ। ଗ୍ରାମଦେବତୀ ସବୁଠୁ ବଡ଼ ଠାକୁର ନ ହୋଇପାରନ୍ତି, ମାତ୍ର ସ୍ଥାନୀୟ ଆବଶ୍ୟକତା ପାଇଁ ସେ ଯଥେଷ୍ଟ। ସମସ୍ତେ ସ୍ବର୍ଗଦ୍ୱାର ଯାଇ ପାରନ୍ତିନି। ତେଣୁ ଗାଁ ମଶାଣି ବି ଅନେକଙ୍କର ଶେଷ ଆଶ୍ରୟ ପାଲଟିଥାଏ। ତେଣୁ ସବୁଠୁ ଭଲ ଜିନିଷଟି ମୋର ହେବ, ସବୁଠୁ ଭଲ ପ୍ରଦର୍ଶନ ମୁଁ ହିଁ କରିବି, ସମସ୍ତଙ୍କ ଆଖିରେ ମୁଁ ଶ୍ରେଷ୍ଠ ହେବି ଏ ଧାରଣାରୁ ବେଳେବେଳେ ବାହାରକୁ ବାହାରିବାକୁ ପଡ଼ିବ। ଏ ସୃଷ୍ଟିରେ କିଛି ନିକୃଷ୍ଟ ନୁହେଁ। କେବଳ ସମୟର ଆବଶ୍ୟକତାକୁ ନେଇ କୋଉଟି ଭଲ, କୋଉଟି ଖରାପ। ମଶାଣିକୁ ଗଲାବେଳେ କୋଟ୍, ଟାଇ ପିନ୍ଧି ଯାଇ ହେବ ନାହିଁ, ଯେତେ ଶ୍ରେଷ୍ଠ ହେଇ ଥାଉ ପଛେ। ସେତେବେଳେ ଧୋତି ଗାମୁଛା ହିଁ ପିନ୍ଧିବାକୁ ପଡ଼ିବ, ଯେତେ ନିକୃଷ୍ଟ ତାହା ମନେ ହେଉଥାଉ ପଛେ। ତେଣୁ ଅହମିକାର ଅହଂକାର ତଳେ ବଞ୍ଚତ୍ ନରହି ଓ ପରିବେଶ ସହ ନିଜକୁ ଖାପ ଖୁଆଇ ଚଳିବା ବୋଧହୁଏ ଅଧିକ ବିଜ୍ଞତାର ପରିଚାୟକ।
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ
ମୋ -୯୪୩୭୨୮୬୫୧୨