ହକ୍‌ ମାଗିଲେ କଳାକାର

କଣିହାଁ, ୭।୩(ଡି.ଏନ୍‌.ଏ.) – କଣିହାଁ ବ୍ଲକ କଳାସଂସ୍କୃତି ସଂଘର ଏକ ବୈଠକ ରବିବାର ଗହମ ଆମ୍ବତୋଟାରେ ଅନୁଷ୍ଠିତ ହୋଇଛି। ସଂଘ ସଭାପତି ନବଘନ ସାମଲ ଏଥିରେ ଅଧ୍ୟକ୍ଷତା କରିଥିଲେ। ପଞ୍ଚାୟତସ୍ତରୀୟ କଳାକାର ସଂଘର ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ମହିଳାପୁରୁଷ କଳାକାରଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। କଳାକାର ଭତ୍ତା ସହିତ ଅନ୍ୟାନ୍ୟ ମୌଳିକ ସୁବିଧାକୁ ନେଇ ଏକ ଦାବିପତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। କୌଣସି କଳାକାରଙ୍କ ବିୟୋଗ ହେଲେ ତାଙ୍କ ନାମସଂକୀର୍ତ୍ତନ କରି ଶେଷ ସମ୍ମାନ ଜଣାଇବା, ଦୁର୍ଘଟଣାଗ୍ରସ୍ତ ଓ ଅସହାୟ କଳାକାରଙ୍କୁ ବିପତ୍ତିବେଳେ ସହଯୋଗ କରିବା ପାଇଁ ଏକ ସ୍ବତନ୍ତ୍ର ପାଣ୍ଠି ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିପିନ ବିହାରୀ ପଟ୍ଟନାୟକ, ଶାନ୍ତିଲତା ଦାସ, କରୁଣାକର ସେଠୀ, ନୟନ ଦେହୁରୀ, ପ୍ରସନ୍ନ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Share