କଳା ପ୍ରତିଭା ପ୍ରଦର୍ଶନ କଲେ କଳାକାର

ଦେଓଗାଁ,୧୭ା୧୧(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲାରେ କୋଶଳୀ ଲୋକନୃତ୍ୟ ଏକାଡେମୀର ୨୨ତମ ପ୍ରତିଷ୍ଠା ଦିବସ ଓ ଗଣ୍ଡାବଜା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ା ଏକାଡେମୀ ସମ୍ପାଦକ ଧରଣୀଧର ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଡେପୁଟି କଲେକ୍ଟର ସଚ୍ଚିଦାନନ୍ଦ ହନୁମାନ, ମୁଖ୍ୟବକ୍ତା ପ୍ରଫୁଲ୍ଲ ମହାପାତ୍ର, ସମ୍ମାନୀତ ଅତିଥି ବ୍ଲକ କଳାକାର ସଂଘ ଉପସଭାପତି ସୁଦାମ ବିଶି ଯୋଗଦେଇଥିଲେ। ପାରମ୍ପରିକ କଳା, ସାହିତ୍ୟ ଓ ସଂସ୍କୃତି ଉଜ୍ଜୀବିତ ରଖିବାରେ କୋଶଳୀ ଲୋକନୃତ୍ୟ ଏକାଡେମୀର ଉଦ୍ୟମ ପ୍ରଶଂସନୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏ ଦିଗରେ ଯୁବଗୋଷ୍ଠୀ ତପତ୍ରତା ସହ ଆଗେଇ ଆସିବା କଥା ବୋଲି ଅତିଥିବୃନ୍ଦ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଲୋକନାଥ ଆର୍ଟକ୍ରାଫ୍ଟ କଲଚରାଲ କଲେଜର ଭୂମି ପୂଜନ କରାଯାଇଥିଲା। ପରେ ପ୍ରଫୁଲ୍ଲ ମହାପାତ୍ର, ଦାଶରଥି ମେହେର, ସୁମିତା ମେହେର, ଲକ୍ଷ୍ମୀପ୍ରିୟା ମେହେର, ଅଲେଖ ବିଶ୍ୱାଳ, ଅଜିତ ଦାଶ, ଅକ୍ଷୟ ଦିସ୍ତି, ରମେଶ ଗୁର୍ଲ୍ଲା ଓ ଦେବଦତ୍ତ ନାଏକ ପ୍ରମୁଖ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ା କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା କଳାକାରମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଶେଷରେ ମନୋଜ ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସଞ୍ଜୀବ ପଧାନ, ହଳଧର ସୁନା, ବାସୁଦେବ ସୁନା, ପ୍ରଦୀପ ନାଏକ, କହ୍ନେଇ ଗଡନଡିଆ ପ୍ରମୁଖ ସହଯୋଗ କରିଥିଲେ ା

Share