୫ ଅତିଥିଙ୍କ ଉପସ୍ଥିତିରେ ବିବାହ କଲେ ଏହି କଳାକାର

ଛୋଟପରଦାର ସଫଳ କଳାକାର ମନୀଷ ରାୟସିଂଘମ ଏବଂ ସଂଗୀତା ଚୌହାନ ଜୁନ୍‌ ୩୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ଅନ୍ଧେରୀସ୍ଥିତ ଏକ ଗୁରୁଦ୍ୱାରରେ ମାସ୍କ ପିନ୍ଧି ସେମାନେ ବିବାହ କରିଛନ୍ତି। ତେବେ ଏହି ବିବାହରେ ଉଭୟଙ୍କ ପରିବାର ଲୋକେ ସାମିଲ ହୋଇ ନ ଥିଲେ। ବିବାହ କାର୍ଯ୍ୟକ୍ରମରେ କେବଳ ମାତ୍ର ୫ ଜଣ ଅତିଥି ଉପସ୍ଥିତ ରହିଥିଲେ। ବର-କନ୍ୟାଙ୍କ ସମେତ ମନୀଙ୍କ ଭଉଣୀ ଏବଂ ଭିଣୋଇ ଉପସ୍ଥିତ ଥିଲେ। ଏହି ବିବାହ ସମୟରେ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗିଛି।

Share