ମାଟିରେ ମିଶିଲା କଳାକାର ଭବନ

ଅନୁଗୋଳ ଅଫିସ, ୧୪ା୬
(ଅମିତ କୁମାର ସାମଲ)

ଅନୁଗୋଳ ପ୍ରଶାସନ ପକ୍ଷରୁ ସହରରୁ ଜବରଦଖଲ ଉଚ୍ଛେଦ କରାଯାଇ ସରକାରୀ ଜାଗାକୁ ନିଜ ଅକ୍ତିଆରକୁ ଅଣାଯାଇଛି। ମଙ୍ଗଳବାର କଳାକାର ଭବନ ସହ ସେଠାରେ ଥିବା ୨ଟି ଘରକୁ ବୁଲଡୋଜର ଲଗାଇ ମାଟିରେ ମିଶାଯାଇଛି। ଏଥିସହ ୱାରିୟର୍ସ କ୍ଲବକୁ ପ୍ରଶାସନ ନିଜ ହେପାଜତକୁ ନେଇଛି।
ଅନୁଗୋଳ ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଅନୁଗୋଳ ତହସିଲଦାର ଶାଶ୍ୱତ ରଞ୍ଜନ, ଆଡିଶନାଲ ତହସିଲଦାର ପ୍ରଶାନ୍ତ କୁମାର ସିଂହ, ସଦର ଆର୍‌ଆଇ ମିଚ୍ଛିନ୍ଦ୍ର ମଇତ୍ରୀ, ରଞ୍ଜନ ସାହୁ, ତହସିଲ କାର୍ଯ୍ୟାଳୟର ଆରଆଇ ସୁବ୍ରତ ପ୍ରଧାନ, ତାମଡା ଏନ୍‌ଫୋର୍ସମେଣ୍ଟ ଟିମ୍‌, ପୌରପାଳିକା କର୍ମଚାରୀ, ଅନୁଗୋଳ ଥାନା କର୍ମଚାରୀ ପ୍ରମୁଖ ଉଚ୍ଛେଦ କାର୍ଯ୍ୟ କରିଥିଲେ। ଦୀର୍ଘ ୩୫ ବର୍ଷ ହେବ ଅନୁଗୋଳରେ କଳାକାର ଭବନ ଗଢ଼ା ହୋଇଥିଲା। ଏହି ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟ କରି ପ୍ରଶଂସା ମଧ୍ୟ ସାଉଁଟିଥିଲା। କିନ୍ତୁ ସରକାରୀ ଜାଗାରେ ଉକ୍ତ ଗୃହ ନିର୍ମାଣ ହୋଇଥିବାବେଳେ କୌଣସି କାଗଜପତ୍ର ନ ଥିଲା। ତେଣୁ ଉକ୍ତ ଘରକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏଥିସହ କଳାକାର ଭବନ ଆଗରେ ଜବରଦଖଲରେ ଥିବା ୨ଟି ଘରକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ୱାରିୟର୍ସ କ୍ଲବକୁ ନେଇ ବିଭିନ୍ନ ସମୟରେ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ତେଣୁ ଏହାକୁ ପ୍ରଶାସନ ନିଜ ଅକ୍ତିଆରକୁ ନେଇଛି। ସେଠାରେ ୱାର୍ଡ ଅଫିସ୍‌ କରାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ କଳାକାର ଭବନ ଉଚ୍ଛେଦ ନେଇ ଅନୁଷ୍ଠାନ ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ କହିଛନ୍ତି, ସରକାରୀ ଜାଗାକୁ ଲିଜ୍‌ ଆକାରରେ ନେଇ ଚଳାଇବାକୁ ସଙ୍ଗଠନ ନିକଟରେ ସମ୍ବଳ ନ ଥିଲା। ତତ୍‌କାଳନୀ ଜିଲାପାଳ ସେ ସମୟରେ ଜାଗା ଖଣ୍ଡେ ଦେଇଥିଲେ। ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ କଳାକାରଙ୍କ ପକ୍ଷରୁ କରାଯାଉଥିଲା। ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଜବରଦଖଲ ଉଚ୍ଛେଦ କରାଯିବ। ଯେଉଁମାନଙ୍କ ନିକଟରେ ଉପଯୁକ୍ତ କାଗଜପତ୍ର ନାହିଁ, ତାଙ୍କଠାରୁ ଜାଗା ସରକାରୀ ଖାତାକୁ ଫେରାଇ ଅଣାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୁକ୍ତଙ୍କୁ ଶଗଡ଼ରେ ବାନ୍ଧି ଉଲଗ୍ନ ପରେଡ୍‌ କରାଇଲେ

ବାହରିଚ୍‌,୧୮।୪: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାର ବିଶ୍ୱେଶ୍ୱରଗଞ୍ଜ ଅଞ୍ଚଳରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଶଗଡ଼ରେ ବାନ୍ଧି ମାଡ଼ ମାରିବା ସହ ଉଲଗ୍ନ ପରେଡ୍‌ କରାଇଥିବା...

TVS ଆଣିଲା ସୁଲଭ ସ୍ପୋଟ୍ସ ବାଇକ୍‌, ଫଚ୍ୟୁନରଠାରୁ ଅଧିକ ରହିଛି ସ୍ପିଡ୍‌

ନୂଆଦିଲ୍ଲୀ,୧୮।୪: ଟିଭିଏସ୍‌ ମୋଟର କମ୍ପାନୀ ଅପଡେଟେଡ୍‌ ୨୦୨୫ ଆପାଚି ଆର୍‌ଆର୍‌ ୩୧୦ ଲଞ୍ଚ କରିଛି। ଟିଭିଏସ୍‌ ମୋଟରର ଏହି ବାଇକର ଅନେକ ବୈଶିଷ୍ଟ୍ୟ ରହିଛି। ଏହା...

‘ପଶ୍ଚିମବଙ୍ଗକୁ ଆଉ ଏକ ପାକିସ୍ତାନ କରିବାର ଷଡ଼ଯନ୍ତ୍ର…’

କୋଲକାତା,୧୮।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ତପସ୍ବୀ ଚଭନୀ ପୀଠାଧୀଶ୍ୱର ଜଗତଗୁରୁ ପରମହଂସ ଆଚାର୍ଯ୍ୟ ବଡ଼ ଅଭିଯୋଗ ଆଣିଛନ୍ତି। ସେ ପଶ୍ଚିମବଙ୍ଗକୁ ‘ଆଉ ଏକ...

ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ୟୁରୋପର ୪୪ ଦେଶରେ ମୁସଲମାନ ଶାସନ!

ନୂଆଦିଲ୍ଲୀ,୧୮।୪: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୪୩ ସୁଦ୍ଧା ମୁସଲିମ ସମ୍ପ୍ରଦାୟ ୟୁରୋପରେ ମହାନ ରାଜନୈତିକ ଶକ୍ତି ହାସଲ କରିବେ। ୨୦୨୫ରୁ ୟୁରୋପରେ ଏକ ବଡ଼...

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା: ଦଳୀୟ ସମ୍ମିଳନୀରେ ଗୋଷ୍ଠୀ କନ୍ଦଳ

ବଡ଼ବିଲ,୧୮ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲଠାରେ ଭାଜପା ପକ୍ଷରୁ ଆୟୋଜିତ ସକ୍ରିୟ ସଦସ୍ୟ ସମ୍ମିଳନୀରେ ଶୁକ୍ରବାର ଦଳର ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ...

ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ବଡଖାନା

ଭଞ୍ଜନଗର,୧୮/୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ନିକଟସ୍ଥ ତନରଡ଼ା ସ୍ଥିତ ଆଇ ଆର୍ ବି ୮ ମ ସ୍ଵତନ୍ତ୍ର ବାଟାଲିୟନ ପରିସରରେ ପୋଲିସ୍ ପ୍ରତିଷ୍ଠା ଦିବସ...

ମେ’ ୭ ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା

ପୁରୁଷୋତ୍ତମପୁର,୧୮।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପ୍ରସିଦ୍ଧ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦ ସୁନ୍ଦରୀ ଆଦି...

ବୁଲାଣି ରାସ୍ତାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଛିଟିକି ପଡ଼ି…

ମୋହନା,୧୮।୪ ( ମନ୍ମଥ ମିଶ୍ର ): ଗଞ୍ଜାମ ଜିଲା ମୋହନା ସ୍ଥିତ ଲାଦୃମା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଶୁକ୍ରବାର ରାତି ୯ଟାରେ ଦୁଇ ବାଇକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image