ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା: ମାସକୁ ମିଳିବ ୨୫୦୦ ଟଙ୍କା

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ମା-ବାପାଙ୍କୁ ହରାଇଥିବା ସନ୍ତାନମାନଙ୍କ ପାଇଁ ରାଜ୍ୟ ସରକାର ନୂଆ କରି ଆରମ୍ଭ କରିଛନ୍ତି ‘ଆଶୀର୍ବାଦ’ ଯୋଜନା। ଏହି ଯୋଜନା ମାଧ୍ୟମରେ ମା-ବାପାଙ୍କୁ ହରାଇଥିବା ପିଲାମାନଙ୍କୁ ମାସିକ ୨୫୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ। ପରିବାରର ମୁଖ୍ୟ ଉପାର୍ଜନାକାରୀଙ୍କୁ ବି ହରାଇଥିବା ଶିଶୁମାନେ ଉପକୃତ ହେବେ। ଜଣେ ବି ଅସହାୟ ଶିଶୁ ଯେପରି ବାଦ ନ ପଡ଼ିବେ ସେଥିପାଇଁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲାପାଳ ପ୍ରତିବର୍ଷ ଏନେଇ ସତନ୍ତ୍ର ଅଭିଯାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୨୦୨୦ ଏପ୍ରିଲ ୧ ପରେ ଅନାଥ ହୋଇଥିବା ଶିଶୁମାନଙ୍କୁ ଏହି ଯୋଜନାର ସୁବିଧା ଉବଲବ୍ଧ ହେବ। ୧୮ ବର୍ଷ ହେବା ପର୍ଯ୍ୟନ୍ତ ଏହି ଯୋଜନାରେ ଶିଶୁମାନଙ୍କୁ ଅର୍ଥ ମିଳିବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣା ସ୍ବାସ୍ଥ୍ୟ ସେବା ବି ମିଳିବ। ଉଭୟ ପିତା ବା ମାତା ଜଣଙ୍କୁ ହରାଇଥିଲେ ୧୫୦୦ ଲେଖାଏ ଟଙ୍କା ମିଳିବ। ଯଦି ପୂର୍ବରୁ କେହି ପୋଷ୍ୟ ଭାବରେ ଗ୍ରହଣ କରିଥାନ୍ତି ତେବେ ଏହି ଯୋଜନାରେ ଅର୍ଥ ମିଳିବ ନାହିଁ।

Share