ତେନ୍ତୁଳିଖୁଣ୍ଟି,୨୭ା୧୨(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଏଏସ୍ଆଇ ରେଣୁପ୍ରସାଦ ପ୍ରଧାନ ୨୩ ତାରିଖ ସୋମବାରରୁ ନିଖୋଜ ଥିଲେ। ସେ ଥାନାକୁ ଆସୁ ନ ଥିବା ଏବଂ ତାଙ୍କ ଫୋନ୍ କେହି ଉଠାଉ ନ ଥିବାରୁ ତେନ୍ତୁଳିଖୁଣ୍ଟି ଥାନାର ତାଙ୍କ ସହକର୍ମୀ ଖୋଜାଖୋଜି କରୁଥିଲେ। ତାଙ୍କ ପରିବାର ସଦସ୍ୟ ବାହାରେ ରହୁଥିବାରୁ ତାଙ୍କ ଘରକୁ ଯାଇଥାଇ ପାରନ୍ତି ବୋଲି ଭାବି ଯୋଗାଯୋଗ କରି ବିଫଳ ହୋଇଥିଲେ। ଶେଷରେ ଗୁରୁବାର ଅପରାହ୍ନରେ ପର୍ଯ୍ୟଟନସ୍ଥଳୀ ରାଇସିଂ ଜୋଡ଼ିଠାରେ ଗଛରେ ମୃତଦେହ ଝୁଲୁଥିବା ଖବର ପାଇ ତେନ୍ତୁଳିଖୁଣ୍ଟି ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର ଘଟଣାସ୍ଥଳକୁ ଯାଇ ନିଜ ଥାନା ସହଯୋଗୀଙ୍କୁ ଏଭଳି ଦେଖି ହତବାକ୍ ହୋଇଯାଇଥିଲେ। ପରେ ଆବଶ୍ୟକୀୟ ପ୍ରକ୍ରିୟା କରିଥିଲେ। ତାଙ୍କର ଦୁଇ ପୁଅ ଓ ସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର। ସେ ଅବସର ନେବାକୁ ଆହୁରି ଦୁଇ ବର୍ଷ ରହିଥିଲା।
Posted inଆମ ଜିଲା ଖବର, ନବରଙ୍ଗପୁର, ରାଜ୍ୟ