ଭୁବନେଶ୍ୱର,୨୯।୬(ବ୍ୟୁରୋ): ଶ୍ରୀମନ୍ଦିର ସ୍ଥିତି ବିଶେଷଜ୍ଞ ଟିମ୍ ଅନୁଧ୍ୟାନ କରିବେ । ଆସନ୍ତା ଜୁଲାଇ ୩ରେ ପୂର୍ତ୍ତ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା (ଏଏସଆଇ)ର ମିଳିତ ବିଶେଷଜ୍ଞ ଟିମ ଶ୍ରୀମନ୍ଦିରର ଅନୁଧ୍ୟାନ କରିବେ ।
ଗର୍ଭଗୃହ ଓ ନାଟମଣ୍ଡପର ସ୍ଥିତି ପରଖିବେ। ୩ ତାରିଖ ସକାଳ ସାଢ଼େ ୧୦ଟାରେ ଏହି ଅନୁଧ୍ୟାନ କାର୍ଯ୍ୟ ଆରମ୍ଭ କରାଯିବ । ଗତ ୯ ତାରିଖରେ ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିଲା ।