Categories: ଜାତୀୟ

ଏପ୍ରିଲରେ ହେବ ଆସାମ ବିଧାନସଭା ନିର୍ବାଚନ

ଗୁଆହାଟି,୨୦।୧: ଏପ୍ରିଲରେ ଆସାମ ବିଧାନସଭା ନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ବୁଧବାର ସୂଚନା ଦେଇଛନ୍ତି। ରଙ୍ଗୋଲି ବିହୁ ପର୍ବ ଏବଂ ଦଶମ ଓ ଦ୍ୱାଦଶ ସିବିଏସ୍‌ଇ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲରେ ବିଧାନସଭା ର୍ନିବାଚନ କରିବାକୁ ଯୋଜନା କରାଯାଉଥିବା ସେ କହିଛନ୍ତି। ଏପରି କି କମିଶନର ମତଦାନ କାର୍ଯ୍ୟସୂଚୀ ଚୂଡାନ୍ତ କରିବା ନେଇ ସିବିଏସ୍‌ଇ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଅନ୍ୟପକ୍ଷେ ୧୨୬ ବିଧାନ ସଭା ଆସନ ବିଶିଷ୍ଟ ଆସାମରେ ବର୍ତ୍ତମାନ ସର୍ବାନନ୍ଦ ସୋନଓ୍ବୋଲଙ୍କ ନେତୃତ୍ୱାଧୀନ ଭାଜପା ସରକାର ଅଛି।

Share