ଭୁବନେଶ୍ୱର,୨୫।୩(ବ୍ୟୁରୋ): ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ। ଏଥର ବଜେଟ୍ ଅଧିବେଶନରେ କୋଭିଡ୍ କଟକଣା ମଧ୍ୟରେ ଚାଲିବ। ପୂର୍ବ ଅଧିବେଶନ ଭଳି ଦୁଇଟି ପର୍ଯ୍ୟାୟରେ ମୋଟ୍ ୫ ଘଣ୍ଟା ଗୃହ କାର୍ଯ୍ୟ ଚାଲିବ। ତେବେ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମୀ ଏବଂ ଖବରଦାତାମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଛି।