ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ପଞ୍ଚମ ଦିନରେ ବି ଚାଲି ପାରିଲାନି ବିଧାନସଭା। ଆଜି ଅଧିବେଶନ ଆରମ୍ଭରୁ ପୁଣି ଥରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ଫଳରେ ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ମମିତା ନ୍ୟାୟ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବାଚସ୍ପତିଙ୍କ ପୋଡିୟମ୍‌ ଘେରିଛନ୍ତି କଂଗ୍ରେସ। ବିଧାନସଭାରେ ସ୍ବାଧୀନତା ସଂଗ୍ରାମ ପ୍ରସଙ୍ଗ ଉଠାଇଲା ବିଜେଡି। ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ବିଜେଡି ପ୍ରତିବାଦ କରିଛି।

ସେପଟେ ବିଧାୟକ ଦଳ ମମିତା ପ୍ରସଙ୍ଗରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ତେବେ ବିଧାୟକ ଦଳ ଚିଠି ଦେବା ପାଇଁ ବିଧାନସଭାରୁ ବାହାରିସାରିଛନ୍ତି।

Share