ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଷଷ୍ଠ ଦିନରେ ବି ଚାଲି ପାରିଲାନି ବିଧାନସଭା। ମଙ୍ଗଳବାର ଅଧିବେଶନ ଆରମ୍ଭରୁ ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ ଧରି ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଅପରାହ୍ନ ୪ଟା ଯାଏ ଗୃହକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଲତବୀ ଘୋଷଣା କରିଛନ୍ତି। ମମିତା ନ୍ୟାୟ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ହୋହଲ୍ଲା କରିଛନ୍ତି।

ତେବେ ସୋମବାର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବାଚସ୍ପତିଙ୍କ ପୋଡିୟମ୍‌ ଘେରିଥିଲେ କଂଗ୍ରେସ, ଏବଂ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ବିଜେଡି ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା।

 

Share