ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ନବମ ଦିନରେ ବି ଚାଲି ପାରିଲାନି ବିଧାନସଭା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଅଧିବେଶନ ଆରମ୍ଭରୁ ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ ପ୍ରଦର୍ଶନ ସହ ଘଣ୍ଟ ବଜାଇ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ମମିତା ନ୍ୟାୟ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ହୋହଲ୍ଲା କରିଛନ୍ତି।
ପୂର୍ବରୁ ଦିନ ୧୧.୩୦ ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଗୃହକୁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ। ଏହା ପରେ ବି ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରି ନ ଥିଲା।